କଟକ ସଦର,୨୨/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ମହାକାର୍ତ୍ତିକ ଧର୍ମ ମାସର ପଞ୍ଚକର ଆଜି ରବିବାର ଥିଲା ତୃତୀୟ ଦିବସ। ଆଜି ବାବାଙ୍କ ଦୁର୍ଲଭ ବଡ଼ ସିଂହାର ବେଶ ଦର୍ଶନ କରିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ଆଜି ମଧ୍ୟରାତ୍ରରେ ଲାଗିହେଵ ଗଜ ଭୋଗ। ସେଥିପାଇଁ ଧବଳେଶ୍ଵର ପୀଠ ଆଜି ସାରା ଦିନ ସାରା ରାତି ଲୋକାରଣ୍ୟ ରହିଵ। କାର୍ତ୍ତିକ ମାସର ଶୁକ୍ଳ ତ୍ରୟୋଦଶୀ ଓ ଚତୁର୍ଦଶୀ ତିଥିର ସନ୍ଦିକ୍ଷଣରେ ଅର୍ଥାତ୍ ଆଜି ମଧ୍ୟରାତ୍ରରେ ବାବାଙ୍କ ନିକଟରେ ଗଜଭୋଗ ଲାଗି ହେବ। ଆଜିର ଏହି ପ୍ରଧାନ ପର୍ଵ ଅବସରରେ ଵାଵା ଧବଳେଶ୍ଵର ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି।
ବାବାଙ୍କ ପ୍ରିୟ ଗଜଭୋଗ ପ୍ରସ୍ତୁତିରେ ୧୩୫ ପୂଜକ ପରିବାର ଚଳଚଞ୍ଚଳ ହୋଇ ଆଜି ଲାଗି ପଡି଼ଥିବା ଦେଖିବାକୁ ମିଳିଛି। ଗଜଭୋଗ ପ୍ରସ୍ତୁତ ପାଇଁ ଢିଙ୍କି କୁଟା ଅରୁଆ ଚାଉଳରୁ ଚୁନାର ଆବଶ୍ୟକତା ଥିବା କେଉଁ ଅନାଦି କାଳରୁ ପ୍ରଥା ରହି ଆସିଥିବାରୁ ଆଜି ବି ପୂଜକ ପରିବାରର ସମସ୍ତଙ୍କ ଘରେ ଢିଙ୍କି ରହିଛି। ଆସନ୍ତା କାଲି କାର୍ତ୍ତିକ ମାସର ଶେଷ ସୋମବାର ପ୍ରତ୍ୟୁଷରୁ ଗଜଭୋଗ ବଣ୍ଟନ କରାଯିବ। ରାତିରେ ଅସମ୍ଭବ ଭିଡକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡିଛି। ସେଥିରେ ଆଜି ଧବଳେଶ୍ଵର ପୀଠରେ ବଡ଼ଓଷା ପାଳନ କରାଯାଉଥିବା ବେଳେ ଆସନ୍ତା କାଲି ସୋମବାର ଗ୍ରାମରେ ପାଳନ କରାଯିବ ବୋଲି ଜଣାପଡିଛି।
