କଟକ,୨୨/୧୧/୨୦୨୬ ( ଓଡିଶା ସମାଚାର /ଅଭୟ ଜେନା) -ମହାନଗର ନିଗମ ୨୮ ନମ୍ବର ୱାର୍ଡ ଅନ୍ତର୍ଗତ ବାମ୍ଫିସାହି ସ୍ଥିତ ଶ୍ରୀମାଳିନୀ ଡ୍ୟାନ୍ସ ଏକାଡେମୀ ପରିସରରେ ଏକାଡେମୀର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଏକାଡେମୀର ପ୍ରତିଷ୍ଠାତା ତଥା ସମ୍ପାଦିକା ଶ୍ରୀମାଳିନୀ ଦାଶ, ସଭାପତି ସଜ୍ଜନ ଅଗ୍ରୱାଲ, ଉପସଭାପତି ସୁବାସ ମହାନ୍ତି, ୨୮ ନମ୍ବର ୱାର୍ଡର କର୍ପୋରେଟର ଅଳକା ମହାନ୍ତି, ଉର୍ମିଳା ଅଗ୍ରୱାଲ, ‘ଆମ ସମ୍ବଳ’ ସଙ୍ଗଠନର ସମ୍ପାଦକ ମାନସ ରଞ୍ଜନ ପରିଡ଼ା, ସାମ୍ବାଦିକ ପ୍ରଦୀପ୍ତ କୁମାର ଦାସ ଏବଂ ସାମ୍ବାଦିକ ଲକ୍ଷ୍ମୀଧର ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ସାଂସ୍କୃତିକ କ୍ଷେତ୍ରରେ ସେମାନଙ୍କ ଭବିଷ୍ୟତ ଉପରେ ଗୁରୁତ୍ୱାରୋପ କରି ସମ୍ବୋଧିତ କରିଥିଲେ।
ଉତ୍ସବର ଶେଷ ପର୍ଯ୍ୟାୟରେ ଏକାଡେମୀର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା, ଯାହା ଉପସ୍ଥିତ ଦର୍ଶକମାନଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ସମଗ୍ର କାର୍ଯ୍ୟକ୍ରମଟିକୁ ଅନୁଷ୍ଠାନର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ସୁଚାରୁ ରୂପେ ପରିଚାଳନା କରିଥିଲେ।
