ମହାନଦୀର ଜଳପଥ ଦେଇ ବାଲିଯାତ୍ରା ପଡିଆରେ ପହଞ୍ଚିଵେ ମହାମହିମ ରାଷ୍ଟ୍ରପତି, ପ୍ରସ୍ତୁତି ଯୋରଦାର

କଟକ ସଦର,୨୧/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକର ଐତିହାସିକ ବାଲିଯାତ୍ରା ଉଦଘାଟନ ଅବସରରେ ଦେଖିବାକୁ ମିଳିବ ଏକ ନିଆରା ଓ ଆକର୍ଷଣୀୟ ଦୃଶ୍ୟ। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାନଦୀର ଜଳପଥ ଦେଇ ପାରମ୍ପରିକ ସୁସଜ୍ଜିତ ବୋଇତରେ ଯାତ୍ରା କରି ୨୪ ରେ ବାଲିଯାତ୍ରା ପଡିଆରେ ପହଞ୍ଚିଵେ।

ଓଡ଼ିଶାର ଗୌରଵମୟ ନୌ ବାଣିଜ୍ୟ ପରମ୍ପରା ଓ ଐତିହ୍ୟର ପ୍ରତୀକ ବୋଇତରେ ମହାମହିମଙ୍କ ଏହି ଆଗମନକୁ ଅତ୍ୟନ୍ତ ସ୍ୱତନ୍ତ୍ର ଓ ଐତିହ୍ୟ କରିବ। ତେବେ ବାତ୍ୟା ପାଇଁ ଧିମେଇ ଯାଇଥିବା ପ୍ରସ୍ତୁତି ଆଜି ଶନିବାର ଠାରୁ ଯୋରଦାର ହୋଇଥିବା ଦେଖାଯାଇଛି। କଟକବାସୀ ଙ୍କ ଅପେକ୍ଷା ଏଥର ବାଲିଯାତ୍ରାର ରଙ୍ଗିନ ମାହୋଲ ଓ ରାଷ୍ଟ୍ରପତି ଙ୍କ ଆଗମନକୁ ନେଇ।

Leave a Reply

Your email address will not be published. Required fields are marked *