ଜଗତସିଂହପୁର, ୨୨/୦୮/୨୦୨୫ (ଓଡ଼ିଶା ସମାଚାର)- ଅବକାରୀ କମିଶନର ଓ ଜିଲ୍ଲାପାଳ ଜେ. ସୋନାଲଙ୍କ ନିର୍ଦ୍ଦେଶକ୍ରମେ ଜଗତସିଂହପୁର ଅବକାରୀ ଅଧିକ୍ଷୀକା ଅନିତା ପ୍ରଧାନଙ୍କ ନେତୃତ୍ୱରେ ସ୍ଥାନୀୟ ଅବକାରୀ ଥାନ ଦ୍ୱାରା ଜିଲ୍ଲାର ଭିନ୍ନ ଭିନ୍ନ ଅଞ୍ଚଳରେ ଚୋରା ମଦ୍ୟ ଓ ନର୍କୋଟିକ୍ସ ବ୍ୟବସାୟକୁ ଦମନ କରିବାକୁ ଅଗଷ୍ଟ ମାସରେ ବ୍ୟାପକ ଅଭିଯାନ ଚଳାଇଥିଲା ଅବକାରୀ ବିଭାଗ, ଏହି ଅଭିଯାନରେ NDPS ଓ ଚୋରା ମଦ କାରବାରରେ ବ୍ୟବହୃତ ଯାନବାହନ ଜବତ ମାମଲାରେ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି ।

NDPS ମାମଲାରେ ୧୩ ଅଗଷ୍ଟ ୨୦୨୫, ପରଦୀପଗଡ଼ ଅଞ୍ଚଳରୁ ୯୦ ଗ୍ରାମ୍ ହିରୋଇନ୍ ଜବତ, ଜଣେ ଅଭିଯୁକ୍ତ ଗିରଫ।୧୩ ଅଗଷ୍ଟ ୨୦୨୫, ବ୍ରହ୍ମାଡି ଗ୍ରାମରୁ (ବାଲିକୁଦା) ୭୭ ଗ୍ରାମ୍ ହିରୋଇନ୍ ଜବତ, ଜଣେ ଅଭିଯୁକ୍ତ ଗିରଫ।
୨୨ ଅଗଷ୍ଟ ୨୦୨୫, ପରଦୀପଗଡ଼ (ବିଦ୍ୟୁତ କାର୍ଯ୍ୟାଳୟ ନିକଟରୁ) ୮୫ ଗ୍ରାମ୍ ହିରୋଇନ୍ ଜବତ, ୨ ଅଭିଯୁକ୍ତ ଗିରଫ।
ସମୁଦାୟରେ ୨୫୨ ଗ୍ରାମ୍ ହିରୋଇନ୍ ଜବତ ହୋଇଥିବା ସହିତ ଏହାର କଳାବଜାରୀ ମୂଲ୍ୟ ପ୍ରାୟ ୨୫,୨୦,୦୦୦ ଟଙ୍କା।
ସେହିପରି ଚୋରା ମଦ୍ୟ ଓ ଯାନବାହନ ଜବତ କରାଯାଇଛି। ପଣିତିରା (ବାଲିକୁଦା )ଗ୍ରାମରୁ ୫ ଲିଟର ଦେଶୀ ମଦ ସହିତ ଗୋଟିଏ ଦୁଇ ଚକିଆ ଯାନ ଓ ଜଣେ ଅଭିଯୁକ୍ତ ଗିରଫ। ଯୋତ (ଜଗତସିଂହପୁର) ଗ୍ରାମରୁ ୪.୫ ଲିଟର IMFL ସହିତ ଗୋଟିଏ ଦୁଇ ଚକିଆ ଯାନ ଓ ଜଣେ ଅଭିଯୁକ୍ତ ଗିରଫ। କ୍ରିଷ୍ଣାନନ୍ଦପୁର ଗ୍ରାମରୁ ୨୦ ଲିଟର ଦେଶୀ
ମଦ ସହିତ ଗୋଟିଏ ଦୁଇ ଚକିଆ ଯାନ ଓ ଜଣେ ଅଭିଯୁକ୍ତ ଗିରଫ। ପାଟେଣିଗାଁ(ଜଗତସିଂହପୁର) ଗ୍ରାମରୁ ୫.୬ ଲିଟର ଦେଶୀ ମଦ ସହିତ ଗୋଟିଏ ଦୁଇ ଚକିଆ ଯାନ ଓ ଜଣେ ଅଭିଯୁକ୍ତ ଗିରଫ।
ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଅବକାରୀ ବିଭାଗର ଅଧିକ୍ଷୀକା ଅନିତା ପ୍ରଧାନ କହିଛନ୍ତି ଯେ, ନର୍କୋଟିକ୍ସ ଓ ଚୋରା ମଦ୍ୟ ବିରୋଧରେ ଶୂନ୍ୟ ସହିଷ୍ଣୁତା ନୀତି ଅନୁସାରେ ଲଗାତାର ଅଭିଯାନ ଚାଲୁ ରହିବ।
