କଟକ ସଦର,୩୦/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦର ଅନ୍ତର୍ଗତ ନେମାଳ ପଦ୍ମବନ ପୀଠରେ ଗତକାଲି ଥିଲା ମାଳିକା ସନ୍ଥ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ସ୍ଵନକ୍ଷତ୍ର ଉତ୍ସବ। ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ଥିବା ପରିପ୍ରେକ୍ଷୀରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ଅଚ୍ୟୁତ ଙ୍କୁ ଦର୍ଶନ କରି ଆଶିର୍ଵାଦ ଭିକ୍ଷା କରିବା ସହିତ ଆନନ୍ଦ ବଜାରରେ ଭକ୍ତ ମାନଙ୍କୁ ଖାଦ୍ୟ ପରିଷିଥିଲେ ।

ସେହିପରି ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ସାମାଜିକ ସଂଗଠନ ପକ୍ଷରୁ ସଭାପତି ସମାଜସେବୀ ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ଙ୍କ ତତ୍ତ୍ୱାବଧାନରେ ଏକ ଜଳ ଛତ୍ର ଶିବିର ଖୋଲାଯାଇ ଲୋକମାନଙ୍କୁ ଵୋତଲ ପାଣି ବଣ୍ଟନ କରାଯିବା ସହିତ ସଂଧ୍ୟାରେ ଚା ଵଣ୍ଟନର ଵ୍ୟଵ୍ୟସ୍ଥା ହୋଇଥିଲା।
ଏହାକୁ ସଂଗଠନ ର ମୁଖ୍ୟ ଉପଦେଷ୍ଟା ଵିଜୟ କୁମାର ନାୟକ, ଅଭିମନ୍ୟୁ ସାହୁ, ସାମ୍ବାଦିକ ଅମିତାଭ ମହାପାତ୍ର, ସାମ୍ବାଦିକ ରତ୍ନାକର ବାରିକ୍, ଉଦୟ ସାସମଲ,ପ୍ରକାଶ ମାଝି ଙ୍କ ସମେତ ବହୁ ସଦସ୍ୟ ପରିଚାଳନା କରିଥିଲେ। ଏହି ଅବସରରେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ, କଟକ ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂହ, କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ଅଚ୍ୟୁତ ଙ୍କୁ ଦର୍ଶନ କରି ଆଶିର୍ଵାଦ ଭିକ୍ଷା କରିଥିଲେ।
