କଟକ ସଦର,୨୨/୦୧/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଖୋଲିଥିବା ସରକାରୀ ମଦ ଦୋକାନ ବନ୍ଦ କରିବାକୁ ନିଶାମୁକ୍ତ ସଂଗ୍ରାମ ସମିତି ପକ୍ଷରୁ ଆଜି (ବୁଧବାର ଦିନ) ସରପଂଚ ସୁଜାତା ସେଠୀ ଙ୍କ ସହିତ ଶତାଧିକ ଲୋକଙ୍କ ଦସ୍ତଖତ ସମ୍ବଳିତ ଦାବି ପତ୍ର କିଶନନଗର ତହସିଲଦାର କ୍ଷୀରୋଦ କୁମାର ଦାଶ ଙ୍କ ଜରିଆରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି। ସଂଗ୍ରାମ ସମିତି ର ଆବାହକ ବିକ୍ରମ ବିଶୋଇ ଙ୍କ ନେତୃତ୍ଵରେ ପୂର୍ବତନ ସରପଂଚ ଛତ୍ରପତି ସିଂ, ସୁରେଶ ବିଶୋଇ,ଵୁଵୁ ମହାନ୍ତି ପ୍ରମୁଖ ବହୁ ବୁଦ୍ଧିଜୀବୀ ଆଜିର କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।