ଲକ୍ଷ୍ମୀପୁର,୨୫/୦୬/୨୫(ଓଡ଼ିଶା ସମାଚାର)- ତିନି ଦିନ ଧରି ନିରାଣୀ ଗୁଡା ଛକ ୩୨୬ ନମ୍ବର ଜାତୀୟ ରାଜପଥ କଡ଼କୁ ଓଲଟି ପଡ଼ିଥିବା କଣ୍ଟେନର ଆଜି କ୍ରେନ ସାହାଯ୍ୟରେ ପୋଲିସ ଉପସ୍ଥିତିରେ ଉଠା ଯାଇଛି।
କଣ୍ଟେନର ଭୁବନେଶ୍ୱର ରୁ ଜୟପୁର ଅଭିମୁଖେ ଯାତ୍ରା କରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଚାଷ ଜମିରେ ଓଲଟି ପଡିଥିଲା। ଫଳରେ କେତେକାଂଶ ଚାଷ ନଷ୍ଟ ହୋଇଥିଲା।
ଏନେଇ କାକିରିଗୁମା ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣା ପଡିଛି।କଣ୍ଟେନର ଭିତରେ ଫ୍ରିଜ,ଏସି ଭଳି ଦାମିକିଆ ଜିନିଷ ଭର୍ତି ହୋଇ ଥିବା ବେଳେ ଅଧିକ ଓଜନ କାରଣରୁ ସେଠାରୁ ଉଠାଇବା ପାଇଁ ବିଳମ୍ବ ହୋଇଥିଲା।
