ପ୍ରମୋଦ ନାୟକ ବିଜେଡି ର ନୂତନ ଜିଲ୍ଲା ସାଧାରଣ ସମ୍ପାଦକ ନିଯୁକ୍ତ

କଟକ, ୦୯/୦୨/୨୦୨୬ ( ଓଡିଶା ସମାଚାର/ ଅଭୟ ଜେନା )-କଟକ ସଦର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ବରିଷ୍ଠ ସଂଗଠକ ଶ୍ରୀ ପ୍ରମୋଦ କୁମାର ନାୟକ କଟକ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି । ଶ୍ରୀ ନାୟକ ଏହା ପୂର୍ବରୁ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟ କରୁଥିଲେ ।

ଦଳ ତଥା ତାଙ୍କର ସାଙ୍ଗଠନିକ କାର୍ଯ୍ୟ ଦକ୍ଷତା ଉପରେ ଆସ୍ଥା ପ୍ରକଟ କରି ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ତାଙ୍କର ଏହି ନିଯୁକ୍ତି ନିମନ୍ତେ ଶ୍ରୀ ନାୟକ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଏବଂ ପୂର୍ବତନ ମନ୍ତ୍ରୀ ଶ୍ରୀ ଚନ୍ଦ୍ର ସାରଥୀ ବେହେରା ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *