କଟକ ସଦର, ୦୯/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ କଟକ-ପାରାଦୀପ ରାସ୍ତାର ଗଡମା ଠାରେ ଆଜି ସୋମବାର ଅପରାହ୍ନରେ ଏକ ଟ୍ରକ ସହ ମଟର ସାଇକେଲ ଧକା ହେଵା ଫଳରେ ମଟର ସାଇକେଲ ଆରୋହୀ ଗୁରୁତର ଆହତ ହୋଇ ପ୍ରଥମେ ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିବଲା । ପରେ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ପ୍ରକାଶ ଯେ ଟ୍ରକଟି ହମ୍ପସ୍ ଉପରେ ଧିର ହୋଇଯିବା ଫଳରେ ମଟର ସାଇକେଲ ଟି ଟ୍ରକ୍ ପଛରେ ପିଟି ହୋଇଯାଇଥିଲା। ଏଥିରେ ଉକ୍ତ ଥାନା ଅନ୍ତର୍ଗତ ଯଶପଡା ସାମଲ ସାହିର ଜିତୁ ସାମଲ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତଙ୍କୁ ମେଡିକାଲ ପଠାଇ ପୋଲିସ ରାସ୍ତାରେ ନିଆଁ ଜାଳି ଅବରୋଧ କରିଥିବା ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ରାସ୍ତାରୋକ ହଟାଇବା ପରେ ଗାଡ଼ି ମଟର ଚଳାଚଳ ସ୍ୱ।ଭାଵାଵିକ ହୋଇଥିଲା।
