କଟକ ବିଜେଡ଼ିରେ ଦୁଇ ସିଂହ, ହେଲେ ଭିଡକୁ ନୁହଁ !

କଟକ ସଦର ,୦୧/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ବିଜେଡ଼ି ସଂଗଠନ ରେ ଦଵଦଵା ରଖିଥିବା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଦଳ ଛାଡି ଯିଵା ପରେ ସଂଗଠନ ସେତେଟା ଆଗେଇ ପାରୁନଥିବା ଜଣାପଡିଛି। ଅନ୍ୟପଟେ ବିଜେଡ଼ି ର ଦୁଇ ସିଂହ ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂହ ଓ ମହାନଗର ନିଗମ ମେୟର ସୁବାସ ସିଂହ କେବଳ ସାମ୍ବାଦିକ ସମ୍ମିଳନୀ ସହ ସମ୍ବର୍ଦ୍ଧନା ପର୍ବରେ ନିଜକୁ ସୀମିତ ରଖିଥିଵା ଦେଖାଯାଉଛି।

               ସୁବାସ ସିଂହ
     ପ୍ରଫୁଲ୍ଲ ସିଂହ

ଯଦିଓ ପ୍ରଫୁଲ୍ଲ ସିଂହ ଜନତା ଦଳ ଓ ପରେ ବିଜୁ ଜନତା ଦଳ ସଂଗଠନ ରେ ରହିଛନ୍ତି ହେଲେ ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରିବାକୁ ଚାପରେ ରହୁଥିବାରୁ ସଂଗଠନ ଦାନା ଵାନ୍ଧି ପାରୁନଥିବା ଅଭିଯୋଗ ହେଉଛି। ସେହିପରି ମେୟର ସୁବାସ ସିଂହ ବସ୍ତି ବାସିନ୍ଦା ସଂଘରୁ ବିଜେଡ଼ି କୁ ଆସି ଯଦିଓ ଅନେକ ଗୁଡ଼ିଏ ପଦ ପଦବୀ ହାତେଇଛନ୍ତି ହେଲେ ସାଂଗଠନିକ କାର୍ଯ୍ୟରେ ତାଙ୍କର ସେତେଟା ପାରଦର୍ଶିତା ଥିବା ଦେଖାଯାଉ ନାହିଁ। ଏଥିପାଇଁ ‘କଟକ ବିଜେଡ଼ି ରେ ଦୁଇଟି ସିଂହ, ହେଲେ ଭିଡକୁ ନୁହଁ’ ବୋଲି ସାଧାରଣରେ ଆଲୋଚନା ହେଉଛି। ସେଥିରେ ଆଗାମୀଦିନରେ ପ୍ରଫୁଲ୍ଲ ସିଂହ ଙ୍କ ନିଜ ନିର୍ବାଚନ ମଣ୍ଡଳୀରୁ ଓ ସୁବାଷ ସିଂହ ଙ୍କ ମହାନଗର ନିଗମ ଅଞ୍ଚଳରୁ କେତେ ଛାମୁଆ ନେତା ଓ କର୍ମୀ ଦଳ ଛାଡୁଛନ୍ତି ତାକୁ କେବଳ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *