ଗରଦପୁର, ୦୫/୧୧/୨୦୨୪ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ରେ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆଜି ତଳକୁସୁମାସ୍ଥିତ ବିଧାୟକଙ୍କ ବାସ ଭବନ ପରିସରରେ ଆୟୋଜିତ ବୈଠକରେ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ଆୟୋଜିତ ବୈଠକରେ ପୂର୍ବତନ ବ୍ଲକ୍ ବିଜେଡ଼ି ସଭାପତି ଶୈଳେନ୍ଦ୍ର ମହାନ୍ତି ପୌରୋହିତ୍ୟ କରିଥିଲେ । ସଭ୍ୟ ସଂଗ୍ରହ ଅଭିଯାନର ନେତୃତ୍ୱ ନେଇଥିବା ପାଟକୁରା ର ଯୁବ ବିଧାୟକ ଅରବିନ୍ଦ ମହାପାତ୍ର ବୈଠକରେ ଯୋଗଦେଇ ବିଜେଡ଼ି ର ପ୍ରଥମ ସଦସ୍ୟ ଭାବରେ ନାମ ପଂଜିକରଣ କରିଥିଲେ । ଏଥି ସହିତ ଚଳିତ ନଭେମ୍ବର ମାସ ସୁଦ୍ଧା ବ୍ୟାପକ ଭାବରେ ତୃଣମୂଳ ସ୍ତରରେ ପହଂଚି ବିଜେଡ଼ି ସଭ୍ୟ ଗ୍ରହଣ କରିବା ପାଇଁ ଦଳିୟ ପଦାଧିକାରୀ ,ପଂଚାୟତ ନିର୍ବାଚିତ ପ୍ରତିନିଧି ଓ ଛାମୁଆ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ବିଜେଡ଼ି ସଦସ୍ୟ ଅଭିଯାନରେ ଅଂଶ ଗ୍ରହଣ କରୁଥିବା ସମସ୍ତ ସଭ୍ୟମାନଙ୍କୁ ନେଇ ଏକ ଡ଼ିଜିଟାଲ ଡ଼ାଟା ବେସ୍ କରାଯିବ ବୋଲି ବିଧାୟକ ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସରପଂଚ ସନ୍ତୋଷ ମାହାଳି, ପୂର୍ବତନ ସରପଂଚ ଅଶୋକ କୁମାର ଜେନା, ପୂର୍ବତନ ସରପଂଚ ପ୍ରକାଶ ଚନ୍ଦ୍ର ସାହୁ, ସରପଂଚ ଅମିୟ ରଂଜନ ନାୟକ, ସମିତି ସଭ୍ୟ ପ୍ରଭାସ ସାହୁ, ବ୍ରଜ କିଶୋର ସାହୁ, ରାକେଶ ମହାପାତ୍ର, ପୂର୍ବତନ ସମିତି ସଭ୍ୟ ପ୍ରହଲାଦ ସାହୁ, ଦିଲିପ ସେଠି, ସରପଂଚ ପ୍ରତିନିଧି ପ୍ରତାପ ଚନ୍ଦ୍ର ସ୍ୱାଇଁ, ଜିଲା ପରିଷଦ ସଭ୍ୟା ଏଲିଜା ସ୍ୱାଇଁ, ସରପଂଚ ରଂଜନ ନାୟକ, ସୁକାନ୍ତ ନାୟକ, ସୁଧିର ସାମଲ, ପୂର୍ବତନ ଜିଲା ପରିଷଦ ସଦସ୍ୟା ଅହଲ୍ୟା ଲେଙ୍କା, ବିଜେଡ଼ି ରାଜ୍ୟ ଉପସଭାପତି ମଂଜୁବାଳା ଜେନା, ପୂର୍ବତନ ଜିଲା ପରିଷଦ ସଦସ୍ୟା ରେବତୀ ଶତପଥି, ସୁଜାତା ମିଶ୍ର, ବନୀତା ବାରିକ, ବାସନ୍ତୀ ମହାରଣା , କନକଲତା ସାହୁ, ସୁଚିତ୍ରା ବେହେରା , ସରପଂଚ ଗୀତାଂଜଳି ମହାନ୍ତି , ରେଣୁବାଳା ଶତପଥି , ଆକାଶ ମହାପାତ୍ର , ଉମାକାନ୍ତ ମିଶ୍ର, କ୍ଷିରୋଦ ମହାନ୍ତି, ପ୍ରଦୀପ ରାଉତ, ପ୍ରତିନିଧି ମଲିକ, ରଂଜନ ମଲ , ସୁକାନ୍ତ ନାୟକ, ଭାଗବତ ସ୍ୱାଇଁ, ପ୍ରମୋଦ ସ୍କାଇଁ, ପିତାମ୍ବର ସାହୁ, ମିର ଗୁଲାମ ହୁସେନ୍ , ସମିତି ସଭ୍ୟ ବାସୁଦେବ ବେହେରା, ଭରତ ମଲିକ, ସୁଶାନ୍ତ ବେଉରା ଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ , ଶୁଭେଛୁ ଓ ସମର୍ଥନ ଯୋଗ ଦେଇଥିଲେ । ଯୁବ ନେତା କ୍ଷିତିଶ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅରୁଣ ପଟ୍ଟନାୟକ, ଆଲୋକ ମାହାଳି, ବିପ୍ଲବ ଜେନା ପ୍ରମୁଖ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।