ବାଲିଗୁଡା, ୦୩/୦୫/୨୦୨୪ (ଓଡ଼ିଶା ସମାଚାର)- ବାଲିଗୁଡା ଓ ଜି ଉଦୟଗିରୀ ବିଧାବସଭା ଆସନ ନିମନ୍ତେ ନାମାଙ୍କନ ପତ୍ରର ଦାଖଲ ର ଆଜି ଶେଷ ଦିନ ଥିଲା । ଶେଷ ଦିନରେ ବାଲିଗୁଡାରୁ ତିନି ଜଣ ପ୍ରାର୍ଥୀ ଓ ଜି ଉଦୟଗିରୀ ଆସନ ନିମନ୍ତେ ଦୁଇ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବାଲିଗୁଡାରୁ ବିଜେପି ଦଳର ପ୍ରାର୍ଥୀନୀ କଳ୍ପନା କହଁର ଆଜି ହନୁମାନ ମନ୍ଦିର ପରିସରରୁ ଏକବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ଏବଂ ଉପଜିଲାପାଳ କାର୍ଯ୍ୟାଳୟ କୁ ଯାଇ ନିର୍ବାଚନ ଅଧିକାରୀ ତଥା ଉପଜିଲାପାଳ ଡା ରୀନା ପ୍ରଧାନଙ୍କ ପାଖରେ ପାର୍ଥୀପତ୍ର ଦାଖଲ କରିଛନ୍ତି । ସେହିଭଳି ସ୍ୱାଧିନପ୍ରାର୍ଥୀ ଭାବେ ଜୟସିଂ ମଳିକ ଓ ଅଜୟ କୁମାର ମଳିକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଜି ଉଦୟଗିରୀ ଆସନ ନିମନ୍ତେ ଆଜି ଦୁଇଜଣ ପ୍ରାର୍ଥୀ ବିଜେପିର ମାନ ଗୋବିନ୍ଦ ପ୍ରଧାନ ଶୋଭାଯାତ୍ରାରେ ଆସି ଆଇଟିଏ କାର୍ଯ୍ୟାଳୟରେ ଆସି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି, ସେହିଭଳି ସ୍ୱାଧିନ ପ୍ରାର୍ଥୀ ଭାବେ ସଂଜୟ କୁମାର ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତାଙ୍କର ଓକିଲ ଜଗଦିଶ ସାମନ୍ତାରଏ ଉପସ୍ଥିତ ଥିଲେ ।ନିର୍ବାଚନ ଅଧିକାରୀ ଭାବେ ଏଡିଏମ କନ୍ଧମାଳ ଅଶୋକକୁମାର ଭୋଇ ଦାୟୀତ୍ୱରେ ରହିଛନ୍ତିି ।ଆସନ୍ତାକାଲି ୪ ତାରିଖରେ ପ୍ରାର୍ଥୀପତ୍ର ଯାଂଚ କରାଯିବ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର ୬ ତାରିଖ ଏବଂ ୭ତାରିଖରୁ ପ୍ରଚାରପ୍ରସାର ଆରମ୍ଭ ହେବ ।