ଭୁବନେଶ୍ୱର,୦୫/୦୨/୨୦୨୬ (ଓଡ଼ିଶା ସମାଚାର)- ଓଡ଼ିଆ ଭାଷା ଓ ସାଂସ୍କୃତିକ ଐତିହ୍ୟକୁ ସରକାରୀ ରେକର୍ଡରେ ସଠିକ ଭାବେ କରାଯିବ ପ୍ରତିଫଳିତ । ବଦଳିବ ରାଜ୍ୟର ଅନେକ ସ୍ଥାନର ବିକୃତ ଇଂରାଜୀ ନାଁ । ଓଡ଼ିଶା ସରକାର ବିଭିନ୍ନ ସ୍ଥାନର ଇଂରାଜୀ ନାମରେ ଥିବା ଭୁଲ ସୁଧାର ପାଇଁ ପଦକ୍ଷେପ ନେଇଛନ୍ତି । ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମାଲକାନଗିରି, ଦେବଗଡ଼, କନ୍ଧମାଳ, ଖୋର୍ଦ୍ଧା, ଅନୁଗୁଳ, କଟକ, କେନ୍ଦ୍ରାପଡ଼ା, କେନ୍ଦୁଝର, ସମ୍ବଲପୁର ଓ ନୟାଗଡ଼ ଆଦି ଜିଲାର ନାଁ ଠିକ କରାଯିବ । ପ୍ରସ୍ତାବିତ ସଂଶୋଧନ ସମ୍ପର୍କରେ ସାଧାରଣ ଲୋକଙ୍କର କୌଣସି ଆପତି କିମ୍ବା ପରାମର୍ଶ ଥିଲେ ୧୫ ଦିନ ମଧ୍ୟରେ ଲେଖିତ ଭାବେ ଦାଖଲ କରିବାକୁ ବିଭାଗ ଆହ୍ୱାନ କରିଛି । ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ ସରକାରୀ ରେକର୍ଡରେ ସ୍ଥାନଗୁଡ଼ିକର ସଠିକ ଓଡ଼ିଆ ରୂପ ସୁନିଶ୍ଚିତ ହେବ । ଏହାଦ୍ୱାରା ରାଜ୍ୟର ଭାଷାଗତ ପରିଚୟ ଅଧିକ ସୁଦୃଢ଼ ହୋଇପାରିବ । ଇଂରାଜୀ ଲିଖନ ଶୈଳୀ ଓଡ଼ିଆ ମୂଳ ଶବ୍ଦ ସହ ସମାନ ରହିବ । ଐତିହ୍ୟ ରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ସାଂସ୍କୃତିକ ଗୌରବ ବୃଦ୍ଧି ପାଇବ ବୋଲି ମତ ଦେଇଛନ୍ତି ଭାଷାବିତ୍ ।
ଯଥା: ଇଂରାଜୀରେ କେନ୍ଦ୍ରାପରା ହେବ କେନ୍ଦ୍ରାପଡ଼ା, ଇଂରାଜୀରେ ଅଉଲ ହେବ ଆଳି, ଇଂରାଜୀରେ ବରାମ୍ବା ହେବ ବଡ଼ାମ୍ବା ହେବ । ଇଂରାଜୀରେ ଓରିଶା ଯେଉଁଭଳି ଭାବେ ଓଡ଼ିଶା ହୋଇଛି , ସେହିଭଳି ଭାବେ ସ୍ଥାନ ଗୁଡ଼ିକର ଇଂରାଜୀ ବନାନ ବଦଳିବ ।
