ସ୍କୁଟି ଉପରେ ଚଢିଗଲା କାର,ନାବାଳକ ସମେତ ୨ ଗୁରୁତର

କେନ୍ଦ୍ରାପଡ଼ା,୦୬/୦୨/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ପୁରୁଣା କଚେରୀ ନିକଟସ୍ଥ ବାଇପାସ ରୋଡରେ ଥିବା ଶୌଚାଳୟ ସମ୍ମୁଖ ରାସ୍ତାରେ ଏକ ସ୍କୁଟି ଉପରେ ଏକ କାର ହଠାତ ଚଢିଯିବାରୁ ଜଣେ ୩ବର୍ଷର ନାବାଳକଙ୍କ ସମେତ ତାଙ୍କ ମା’ ଓ ବାପା ଗୁରୁତର ଆହତ ହୋଇଛନ୍ତି । ନାବାଳକ ଓ ତାଙ୍କ ପିତାମାତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ଖବର ନେବାରୁ ଜଣାପଡିଛି ଯେ ଆମବାଡି ବସ୍ତିର ଜରତାବ ଖାନଙ୍କ ପୁଅ ଅଦନାନ ରଜା ଖାନ(୩) ନାମକ ନାବାଳକଟି ତାଙ୍କ ବାପା ଓ ମା’ଙ୍କ ସହ ଡାକ୍ତରଙ୍କୁ ଦେଖାଇ ସ୍କୁଟିରେ ବସି ଘରକୁ ଫେରୁଥିଲେ । ଗତକାଲି ସନ୍ଧ୍ୟା ୭ଟା ବେଳେ ହଠାତ ଏକ କାର କଚେରୀ ପାଶ୍ୱର୍ରୁ ଦ୍ରୁତ ଗତିରେ ବାଇପାସ ରୋଡରେ ପ୍ରବେଶ କରି ସ୍କୁଟିକୁ ଘୋଷାରୀ ନେଇ ଶୌଚାଳୟ ଆଡକୁ ମାଡି ଯାଇଥିଲା । ଫଳରେ ନାବାଳକ ଜଣଙ୍କ କାର ତଳେ ରହିଯାଇଥିବା ବେଳେ ତାଙ୍କ ପିତାମାତା ସ୍କୁଟିରୁ ଛିଟିକି ପଡି ଗୁରୁତର ହୋଇଥିଲେ । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିବା ସହ ଚାଳକକୁ ଥାନାକୁ ନେଇଥିଲେ ।

Leave a Reply

Your email address will not be published. Required fields are marked *