ତୁଷାର ଚାରିଟେବୁଲ ଟ୍ରଷ୍ଟ ଓ ମା ସୁନାଦେଇ ପ୍ରଡକ୍ସନ ତରଫରୁ ନିଆରା ଢଙ୍ଗରେ ହୋଲି ଉତ୍ସବ ପାଳିତ

ଭୁବନେଶ୍ୱର,୧୫/୦୩/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ପ୍ରେମ, ଭାଇଚାରା ଓ ସଦଭାବନାର ପର୍ବ ହୋଲି । ହୋଲିରେ ବିଶେଷ କରି ହର୍ବାଲ ରଙ୍ଗ ପ୍ରତି ଅଧିକ ଚାହିଦା ରହିଥାଏ ।

ରଙ୍ଗରେ ରେଙ୍ଗଇ ହୋଇ ଗାଁ ଠାରୁ ସହର ପର୍ଯ୍ୟନ୍ତ ସାଙ୍ଗସାଥୀମାନେ ମିଶି ପରସ୍ପର ଅବିର ବୋଳି ହୋଲି ଉତ୍ସବକୁ ଧୁମ୍ ଧାମରେ ପାଳନ କରୁଥିବା ବେଳେ ତୁଷାର ଚାରିଟେବୁଲ ଟ୍ରଷ୍ଟ ଓ ମା’ ସୁନାଦେଇ ପ୍ରଡ଼କ୍ସନର ମିଳିତ ଆନୁକୂଲ୍ୟରେ ଦୋଳ ପୂର୍ଣ୍ଣିମା ଓ ହୋଲି ଉତ୍ସବକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ।

ତୁଷାର ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ବିବେକାନନ୍ଦ ବାରିକଙ୍କ ପରିଚାଳନାରେ ଭୁବନେଶ୍ୱରର ସହିଦ ନଗରସ୍ଥିତ ସୁନ୍ଦରୀ ଗୋଶାଳାରେ ଥିବା ଗୋମାତାଙ୍କୁ ପୂଜା କରି ଫୁଲମାଳ ପିନ୍ଧାଇ, ଖାଦ୍ୟ ଖୁଆଇ, ଦେହରେ ଅବିର ବୋଳି ହୋଲି ଉତ୍ସବ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଭାତୀ ବାରିକ, ରାକେଶ ସେଠୀ, ସଂଗ୍ରାମ ଜେନା, ଅରବିନ୍ଦ ବାରିକ ପ୍ରମୁଖ ଯୋଗ ଦେଇ ଗୋମାତାଙ୍କ ସହ ହୋଲି ଖେଳିଥିଲେ । ଏଭଳି ନିଆରା ପ୍ରୟାସକୁ ରଜଧାନୀବାସୀ ଭୂୟସୀ ପ୍ରଶଂସା କରିଥିଲେ ।

Leave a Reply

Your email address will not be published. Required fields are marked *