ଖଲ୍ଲିକୋଟ ୨୦/୧୦/୨୦୨୫ (ଓଡ଼ିଶା ସମାଚାର)- ପବିତ୍ର କାର୍ତିକ ମାସ ପବିତ୍ର ଅମାବାସ୍ୟା ଓ କୃଷ୍ଣ ପକ୍ଷ ତିଥି ରେ ପିତୃ ପୁରୁଷ ଙ୍କ ଉଦେଶ୍ୟ ରେ ପୁରୀ ରେ ଯେପରି ଭକ୍ତ ମାନେ ଯୋଗ ଦେଇ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ଆଗରେ ପୋୟା ଶ୍ରାଦ୍ଧ ଓ ବଡ଼ ବଡୁଆ ଙ୍କୁ ଡାକିଥାନ୍ତି , ଅନୁରୂପ ଭାବେ ଗଞ୍ଜାମ ଜିଲ୍ଲା ର ଖଲ୍ଲିକୋଟ ସହର ର କେନ୍ଦ୍ର ସ୍ଥଳ ରେ ଥିବା ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ସମ୍ମୁଖ ରେ ଆଖ ପାଖ ଅଞ୍ଚଳ ର ହଜାର ହଜାର ଭକ୍ତ ଯୋଗ ଦେଇ ପିତୃ ପୁରୁଷ ଙ୍କ ଉଦେଶ୍ୟ ରେ ପୋୟା ଶ୍ରାଦ୍ଧ ଓ ଦୀପଦାନ କରି ପିତୃ ପୁରୁଷ ଓ ବଡ଼ ବଡୁଆ ଙ୍କ ଉଦେଶ୍ୟ ରେ କାଉଁରିଆ କାଠି ରେ ଅଗ୍ନି ସଂଯୋଗ କରି ସମର୍ପଣ କରିଛନ୍ତି ।

ଗତ ମହାଳୟା ଶ୍ରାଦ୍ଧ ରୁ ଆସିଥିବା ପିତୃ ପୁରୁଷ ଙ୍କୁ ଉଜ୍ବଳ ଆଲୋକ ଦେଖାଇ ସ୍ୱର୍ଗ ଲୋକଙ୍କୁ ବିଦାୟ ଦେବାର ପରମ୍ପରା କୁ ପାଳନ କରିଥାନ୍ତି । ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ରେ ଦେବ ଦୀପାବଳୀ ନିତି ପାଳନ ହୋଇଥିବା ଯୋଗୁଁ ବଡ଼ ଦାଣ୍ଡ ରେ ପ୍ରବଳ ଭିଡ଼ ଅନୁଭୁତ ହୋଇଥିଲା । ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ହୋଇଥିଲେ ।
