ଜିଲା ସ୍ତରୀୟ ହିନ୍ଦୀ ଦିବସ ସମାରୋହ ଓ ସମ୍ବର୍ଦ୍ଧନା ପର୍ବ

କେନ୍ଦ୍ରାପଡ଼ା, ୨୨/୯/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲା ହିନ୍ଦୀ ଶିକ୍ଷକ ସଂଘ ଆନୁକୂଲ୍ୟରେ ଜିଲା ସ୍ତରୀୟ ହିନ୍ଦୀ ଦିବସ ସମାରୋହ ଓ ସମ୍ବର୍ଦ୍ଧନା ପର୍ବ ସ୍ଥାନୀୟ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲା ସଂଘ ସଭାପତି ଅକ୍ଷୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହକୁ ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ରାଷ୍ଟ୍ର୍ରଭାଷାର ବିକାଶ ଓ ପ୍ରଚାରପ୍ରସାର କ୍ଷେତ୍ରରେ ଜିଲା ହିନ୍ଦୀ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଭୂମିକାକୁ ପ୍ରଶଂସା କରିବା ସେଙ୍ଗ ସେଙ୍ଗ ହିନ୍ଦୀ ଶିକ୍ଷକ ମାନଙ୍କ ନାନାବିଧ ସମସ୍ୟାର ସମାଧାନ ମାର୍ଗ ସମ୍ବନ୍ଧରେ ସୂଚିତ କରିଥିଲେ । ମୁଖ୍ୟବକ୍ତା ଭାବେ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ, ଭୁବନେଶ୍ୱର କେନ୍ଦ୍ରର କ୍ଷେତ୍ରୀୟ ନିର୍ଦେଶକ ଡ. ରଞ୍ଜନ କୁମାର ଦାସ ଯୋଗଦେଇ ହିନ୍ଦୀ ଭାଷାର ବିକାଶ ଦିଗରେ ହିନ୍ଦୀ ଶିକ୍ଷକଙ୍କର ଗୁରୁତ୍ୱ ନିଶ୍ଚିତ ଭାବେ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଡେରାବିଶ ବରିଷ୍ଠ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ବେହେରା ଯୋଗଦେଇ ହିନ୍ଦୀ ଶିକ୍ଷକମାନେ ହେଉଛନ୍ତି ହିନ୍ଦୀ ଭାଷାର ରକ୍ଷକ ଓ ହିନ୍ଦୀ ଭାଷାର ଭବିଷ୍ୟତ ବୋଲି ବକ୍ତବ୍ୟ ରଖିଥିଲେ । ପ୍ରାକ୍ତନ ଜିଲା ସଭାପତି ହେମନ୍ତ କୁମାର ଜେନା, ରାଜ୍ୟ ହିନ୍ଦୀ ଶିକ୍ଷକ ସଂଘର ଉପାଧ୍ୟକ୍ଷ ମହେନ୍ଦ୍ର କୁମାର ମଲିକ, ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ରବୀନ୍ଦ୍ର କୁମାର ବଳ ପ୍ରମୁଖ ଯୋଗଦେଇ ରାଷ୍ଟ୍ରୀୟ ବିକାଶରେ ରାଷ୍ଟ୍ରଭାଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ବନ୍ଧରେ ଗୁରୁତ୍ୱାରୋପ କରିଥିଲେ । ଶିକ୍ଷୟିତ୍ରୀ ନିର୍ଝରିଣୀ ପଣ୍ଡା ବେଦପାଠ, ସଭାପତି ଅକ୍ଷୟ କୁମାର ନାୟକ ସ୍ୱାଗତ ଭାଷଣ, ଶିକ୍ଷୟିତ୍ରୀ ଗିତାଞ୍ଜଳୀ ପଣ୍ଡା ଅତିଥି ପରିଚୟ ଓ ମହେଶ୍ୱର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଶେଷରେ ସବନମ୍ ଆରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସଂଘ ପକ୍ଷରୁ ସେବାନିବୃତ ହିନ୍ଦୀ ଶିକ୍ଷକ ପ୍ରଦିପ କୁମାର ନାୟକ, ନିହାରିକା ରାଉତ, ସୁରେଶ ରାଉତ, ମହେନ୍ଦ୍ର କୁମାର ପ୍ରଧାନ, ଗଜେନ୍ଦ୍ର ରାଉତରାୟ, ରବୀନ୍ଦ୍ର ନାଥ ମହାରଣା, ରତିକାନ୍ତ ଦାସ, ଗୈାରାଙ୍ଗ ଚରଣ ସାହୁ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରପ୍ରାପ୍ତ ଶିକ୍ଷକ ନିର୍ମଳ କୁମାର ସ୍ୱାଇଁ ଓ ସୁଜାତା ପଲାଇ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏତଦ୍ବ୍ୟତିତ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଶତ ପ୍ରତିଶତ ମାର୍କ ରଖିଥିବା କଂସାର -ସାହାସପୁର ଉଚ୍ଚ ବିଦ୍ୟାଳୟର ମୋନାଲିସା ନାୟକ, ବୀଣାପାଣି ଉଚ୍ଚ ବିଦ୍ୟାଳୟର ଦିପ୍ତୀମୟୀ ଜେନା, ତାରାମଣୀ କପିଳମୁନୀ ଉଚ୍ଚ ବିଦ୍ୟାଳୟ, କାଟଣାର ପ୍ରାଚୀ ପ୍ରିୟଦର୍ଶିନୀ ସୁତାର, ପୁଷ୍ପଲତା ନାୟକ, ରଣବୀର ସାମଲ, ବାଘିଲୋ ମାରୁତୀ ଉଚ୍ଚ ବିଦ୍ୟାପୀଠର ଭାଗ୍ୟଶ୍ରୀ ହୋତାଙ୍କୁ ଆର୍ଥିକ ରାଶି ସହିତ ଉପଢୌକନ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ଏହାବବ୍ୟତିତ ବିଶେଷ ପ୍ରତିଭା ରୂପେ ରମେଶ ଚନ୍ଦ୍ର ରାଉତ, ମଦନମୋହନ ଦାସ, ଅଭୟ କୁମାର ମହାରଣା, ଦିଲ୍ଲିପ କୁମାର ମଲ୍ଲ, ଆଶୁତୋଷ ମହାନ୍ତି, ରୀତାଞ୍ଜଳୀ ପଣ୍ଡା, ମାନସୀ ମହାନ୍ତି, ଅନ୍ନପୂର୍ଣ୍ଣା ଚୂଳି, ତନ୍ମୟୀ ସେଠୀ ପ୍ରଭୃତିଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲା ସଂଘର କୋଷାଧ୍ୟକ୍ଷ ଅଭୟ କୁମାର ସ୍ୱାଇଁ, ସିଦ୍ଧାର୍ଥଶଙ୍କର ନାୟକ, ଧିରେନ୍ଦ୍ର ରାଉତ, ସପନ କୁମାର ବେହେରା, ଲାଲବାବୁ ଖାଁ, ସବନମ ଆରା, ଦୀପକ କୁମାର ରାଉତ, ଦଧିବାମନ ପଣ୍ଡା, ଅମିତା ରାଉତ, କଳ୍ପନା ଦାସ, ସ୍ୱପ୍ନେଶ୍ୱର ସାମଲ, ହେମନ୍ତ କୁମାର ଦାସ, ଦେବେନ୍ଦ୍ର ସ୍ୱାଇଁ, କୈଳାସ ଚନ୍ଦ୍ର ବେହେରା ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *