ଖଲ୍ଲିକୋଟ ରାଣୀ ମାଆ ଙ୍କ ଦ୍ୱାଦଶାହ ରେ ନେତା, ମନ୍ତ୍ରୀ, ବିଧାୟକ ତଥା ସାଧାରଣ ଜନତାଙ୍କ ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି –

ଆରସିଏମ କଲେଜ ପଡ଼ିଆ ରେ ୧୫ ହଜାର ଲୋକ ଙ୍କ ସମାଗମ, ରାଣୀ ଙ୍କ ସ୍ମୃତିରେ ଭାରତ ସରକାରଙ୍କ ପକ୍ଷରୁ ଡାକ ଟିକଟ ଓ ଲଫାପା କୁ ଉନ୍ମୋଚନ କଲେ ରାଜ୍ୟ ଅର୍ଥମନ୍ତ୍ରୀ,ଶୋକ ପୁସ୍ତିକା ରେ ଶୋକବାର୍ତ୍ତା ଲେଖି ରାଣୀ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ୫ଟି ଅଧ୍ୟକ୍ଷ ଭି. କେ.ପାଣ୍ଡିଆନ
ଖଲ୍ଲିକୋଟ, ୨୦/୦୨/୨୦୨୪ (ଓଡ଼ିଶା ସମାଚାର)- ଖଲ୍ଲିକୋଟ ରାଣୀ ଶ୍ରୀମତୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଆଜି ଦ୍ୱାଦଶାହ ଦିବସ ଅବସରରେ ସ୍ଥାନୀୟ ଆରସିଏମ କଲେଜ ଖେଳ ପଡ଼ିଆ ରେ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗଦେଇ ନେତା, ମନ୍ତ୍ରୀ, ବିଧାୟକ, ବିଧାୟିକା ,ଲୋକ ପ୍ରତିନିଧି ଓ ସାଧାରଣ ଜନତା ତାଙ୍କର ପ୍ରିୟ ରାଣୀ ମାଆ ଙ୍କୁ ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଆୟୋଜିତ କାର୍ୟ୍ୟକ୍ରମରେ ୫ଟି ଅଧ୍ୟକ୍ଷ ଶ୍ରୀ ଭି. କେ.ପାଣ୍ଡିଆନ ଯୋଗ ଦେଇ ଖଲ୍ଲିକୋଟ ରାଣୀ ସାହେବା ତଥା ୧୦ ଥର ର ବିଧାୟିକା ବରିଷ୍ଠ ରାଜନେତ୍ରୀ ଶ୍ରୀମତୀ ଭି. ସୁଜ୍ଞାନ କୁମାରୀ ଦେଓ ଙ୍କୁ ଭାଵ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅପରାହ୍ନ ପ୍ରାୟ ୩ ଟା ସମୟରେ ହେଲିକପ୍ଟର ଯୋଗେ ସ୍ୱତନ୍ତ୍ର ଭାବେ ନିର୍ମାଣ କରାଯାଇଥିବା ହେଲିପ୍ୟାଡରେ ଅବତରଣ କରିଥିଲେ ପାଣ୍ଡିଆନ ।ଏହାପରେ ଏକ କାର ଯୋଗେ ଆରସିଏମ କଲେଜ ପଡ଼ିଆ ରେ ପହଞ୍ଚି ଥିଲେ ।ସେଠାରେ ରାଣୀ ଙ୍କ ଫଟୋ ଚିତ୍ର ରେ ପୁଷ୍ପାଞ୍ଜଳି ଦେବା ସହ ଶୋକ ପୁସ୍ତିକା ରେ ନିଜର ଶୋକବାର୍ତ୍ତା ଲେଖି ବରିଷ୍ଠ ରାଜନେତ୍ରୀ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।ଏହି କାର୍ୟ୍ୟକ୍ରମ ରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ପଞ୍ଚାୟତିରାଜ ଓ ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ, ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଖଲ୍ଲିକୋଟ ବିଧାୟିକା ସୂର୍ୟ୍ୟମଣି ବୈଦ୍ୟ, କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ,ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ରାଜ୍ୟ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଜଗନ୍ନାଥ ସାବତ, ଖଲ୍ଲିକୋଟ ର ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଚିଲିକା ର ପୂର୍ବତନ ବିଧାୟକ ରଘୁନାଥ ସାହୁ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ,ଧୁଂକାପଡା ର ପୂର୍ବତନ ସରପଞ୍ଚ ଆରତୀ ଦେବୀ, ଆଇନଜୀବୀ ମାଗୁଣି ପଲେଇ, କୋଦଳା ର ପୂର୍ବତନ ନଗରପାଳ ହରପ୍ରସାଦ ସାହୁ, ଯୁବ ବିଜେଡି ନେତା ସୀତାରାମ ପାଣିଗ୍ରାହୀ, ଖଲ୍ଲିକୋଟ ଏନଏସି ଅଧ୍ୟକ୍ଷ ଇଂ. ନିରଞ୍ଜନ ବେହେରା, ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରା ଙ୍କ ସହ ବହୁ ସରପଞ୍ଚ, ସମିତି ସଭ୍ୟ, ନେତା, ଲୋକ ପ୍ରତିନିଧି, ସାଧାରଣ ଜନତା ଉପସ୍ଥିତ ରହି ନିଜର ପ୍ରିୟ ରାଣୀ ମାଆ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଅବିଭକ୍ତ ଗଞ୍ଜାମ ଜିଲ୍ଲା ତଥା ଓଡ଼ିଶା ପାଇଁ ରାଣୀ ମାଆ ଙ୍କ ଅବଦାନ ଅତୁଳନୀୟ ଥିଲା ବୋଲି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି । ରାଜପରିବାର ରେ ଜନ୍ମ ହୋଇଥିଲେ ମଧ୍ୟ ସାଧାରଣ ଲୋକଙ୍କ ପାଇଁ ଅସାଧାରଣ କାର୍ୟ୍ୟ କରୁଥିଲେ ବୋଲି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିଛନ୍ତି ।ଏହି ଅବସରରେ ତାଙ୍କର ସ୍ମୃତି ପାଇଁ ଭାରତ ସରକାରଙ୍କ ପକ୍ଷରୁ ରାଣୀ ଙ୍କ ଫୋଟ ଚିତ୍ର ଥାଇଡାକ ଟିକଟ ଓ ଲଫାପା କୁ ମନ୍ତ୍ରୀ ବିକ୍ରମ ଆରୁଖ ଉନ୍ମୋଚନ କରିଥିଲେ । ବ୍ରହ୍ମପୁର ର ଦୃଷ୍ଟିହୀନ ଙ୍କ ଦ୍ଵାରା ଭଜନ ପରିବେଷଣ କରାଯାଇଥିଲା ।ଦ୍ୱାଦସାହ ଅବସରରେ କଲେଜ ପଡ଼ିଆ ରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।ଏହି କାର୍ୟ୍ୟକ୍ରମ ରେ ପ୍ରାୟ ୧୫ ହଜାର ଲୋକ ଙ୍କ ସମାଗମ ହୋଇଥିଲା ।

Leave a Reply

Your email address will not be published. Required fields are marked *