ନୟାଗଡ,୦୫/୦୨/୨୦୨୬ (ଓଡ଼ିଶା ସମାଚାର)- ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କଲେ କନେଷ୍ଟବଳ । ନୟାଗଡ ପୋଲିସ ବାରାକରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ହେଲେ କନେଷ୍ଟବଳ ସୁନିଲ୍ ସେଠୀ । ସୁନିଲଙ୍କ ଘର ଓଡଗାଁ ଥାନା ବେରୁହାଅଁବାରୀ ଗ୍ରାମରେ । ସୁନିଲ୍ ଦୁଇବର୍ଷ ହେଲା ପୋଲିସ ଚାକିରି କରିଥିଲେ ଏବଂ ଏସପି ଅଫିସ୍ ନିକଟ ବାରାକରେ ରହୁଥିଲେ । ସେ ରହୁଥିବା ବାରାକ୍ ର ଛାତ ଉପରେ ତାଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଗୁରୁବାର ସକାଳୁ ଦେଖିବାକୁ ମିଳିଥିଲା । ନିକଟରେ ତାଙ୍କର ନିଜର ରିଭଲଭର ପଡିଥିଲା । ବନ୍ଧୁକରେ ସୁନିଲ୍ ନିଜ ମୁଣ୍ଡର ଡାହାଣ ପଟକୁ ଗୁଳିକରିଛନ୍ତି । ଗୁଳିଟି ମୁଣ୍ଡର ବାମପଟେ ବାହାରିଯାଇଛି । ଛାତର ପାଣିଟାଙ୍କି ପାଖରେ ତାଙ୍କର ମୃତଦେହ ପଡିଥିଲା । ଗତ ଜାନୁଆରୀ ୨୫ ତାରିଖରେ ସେ ଭଲ ପାଉଥିବା ଯୁବତୀଙ୍କ ସହିତ ନିର୍ବନ୍ଧ ହୋଇଥିଲା । କିଛି ଦିନ ପରେ ବାହାଘର ହୋଇଥାନ୍ତା ।
