ଯାଜପୁର,୦୫/୦୨/୨୦୨୬ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅନୁମୋଦନ କ୍ରମେ ଆଜି ତା ୦୫.୦୨.୨୦୨୬ ରିଖରେ ଯାଜପୁର ରୋଡ ସ୍ଥିତ ଯୁଗ୍ମ ଶ୍ରମ କମିଶନର କାର୍ୟ୍ୟାଳୟରେ ଯାଜପୁର ରେଞ୍ଜ ଯୁଗ୍ମ ଶ୍ରମ କମିଶନର ଶିବ ଶଙ୍କର ମିଶ୍ର ନିର୍ମାଣ ଓ ଅନ୍ୟାନ୍ୟ ଶ୍ରମିକଙ୍କ ଉତ୍ତରାଧିକାରୀ ଙ୍କୁ ଡମି ଚେକ ମାଧ୍ୟମରେ ସହାୟତା ପ୍ରଦାନ କରିଥିଲେ ।
ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡ,ଯାଜପୁର ମୃତ୍ୟୁକାଳୀନ ସହାୟତା ବାବଦରେ ୪୩ ଜଣଙ୍କୁ ୧,୨୬,୦୦,୦୦୦/- ଟଙ୍କା,ଅନ୍ତେଷ୍ଟିକ୍ରିୟା ସହାୟତା ବାବଦରେ ୪୪ ଜଣଙ୍କୁ ୨,୨୦,୦୦୦/- ଟଙ୍କାର ସହାୟତା ରାଶି ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ଦ୍ୱାରା ଅନଲାଇନ ମାଧ୍ୟମରେ ପ୍ରେରଣ କରାଯିବାର ବ୍ୟବସ୍ଥା କରାଯାଇଛି । ସେହିପରି ଓଡିଶା ଅଣସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ତରଫରୁ ମୃତ୍ୟୁକାଳୀନ ସହାୟତା ବାବଦରେ ୯ ଜଣ ହିତାଧିକାରୀଙ୍କ ଉତ୍ତରାଧିକାରୀ ଙ୍କୁ ୧୮,୦୦,୦୦୦/- ଟଙ୍କା ପ୍ରଦାନ କରାଯାଇଛି ।
