କଟକ,୧୫/୧୧/୨୦୨୬(ଓଡିଶା ସମାଚାର/ଅଭୟ ଜେନା)ଶିଶୁ ମାନଙ୍କୁ, ମୋବାଇଲ ଫୋନ ଠାରୁ ଦୂରରେ ରଖି ଖେଳକୁଦ ଓ ନାଚଗୀତ କାର୍ଯ୍ୟକ୍ରମରେ ସାମିଲ କରାଯିବା ଉଚିତ । ଏହା ହେଲେ ଶିଶୁଟିର ମାନସିକ ସ୍ଥିତି ସୁଦୃଢ଼ ହୋଇଥାଏ । ସବୁ ଶିକ୍ଷକ ଓ ଅଭିଭାବକ ମାନେ ଆରମ୍ଭରୁ ଏଥିପ୍ରତି ଗୁରୁତ୍ୱ ଦେଲେ ପିଲାମାନଙ୍କ ପାଠପଢାରେ ଉନ୍ନତି ହେବାସହ ଭବିଷ୍ୟତ ଉଜ୍ୱଳ ହୋଇଥାଏ ବୋଲି ମତ ଦେଇଛନ୍ତି ବିଧାୟିକା ସୋଫିୟା ଫିର୍ଦୋଷ । ବାରବାଟୀ ଦୁର୍ଗ ପରିସର ରେ ଥିବା କଟକ କ୍ଲବରେ ଶିଶୁଦିବସ ପାଳନ ଅବସରରେ ହୋଇଥିଲା ଚିଲଡ୍ରେନ୍ସ କ।ର୍ଣ୍ଣିଭାଲ ।
କଟକ ରୋଟାରି କ୍ଲବ ଅଧୀନରେ ଖୋଲିଥିବା ରୋଟାରି ପ୍ଲେ ସ୍କୁଲ ସେଣ୍ଟର ପକ୍ଷରୁ ହୋଇଥିଲା ଏହି କାର୍ଯ୍ୟକ୍ରମ । ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟିକା ସୋଫିୟା ଫିର୍ଦୋଷ ଯୋଗ ଦେଇଥିବାବେଳେ ଅନ୍ୟ ତମ ଅତିଥି ଭାବେ ମଞ୍ଚାସିନ ଥିଲେ ରୋଟାରି କ୍ଲବ ସଭାପତି ତଥା ରୋଟାରୀଆନ ପି ଭି ବାଲକୃଷ୍ଣ । ପ୍ଲେ ସ୍କୁଲ ସଭାପତି ମଞ୍ଜୁଶ୍ରୀ ପଟ୍ଟନାୟକ ଏଥିରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ କମ ଖର୍ଚ୍ଚରେ ପିଲାଙ୍କୁ ଖେଳକୁଦ ମାଧ୍ୟ୍ୟମରେ ପାଠ ପଢାଇବା ତାଙ୍କ ଅନୁଷ୍ଠାନର ମୂଳଲକ୍ଷ୍ୟ ବୋଲି କହିଥିଲେ । ଏହି ଅବସରରେ ସେଠାରେ ପିଲାଙ୍କ ପାଇଁ ନାଚଗୀତ ଏବଂ ଖେଳକୁଦର ଆୟୋଜନ ମଧ୍ୟ ହୋଇଥିଲା ।
