ନର୍ସିଂ କଲେଜରେ ଶିଶୁ ଦିବସ ପାଳିତ

ଭୁବନ,୧୫/୧୧/୨୦୨୬(ଓଡ଼ିଶା ସମାଚାର) – ଢେ଼ଙ୍କାନାଳ ଜିଲ୍ଲା ଭୁବନସ୍ଥ ହାର୍ଟ ଡିସ୍କଭରି ନର୍ସିଂ କଲେଜ ରେ ବିପୁଳ ଉତ୍ସାହ ଉଦ୍ଦୀପନାର ସହ ଶିଶୁ ଦିବସ ପାଳିତ ହୋଇଯାଇଛି। କଲେଜ ଚେୟ।ରମ୍ୟାନ ଟଙ୍କଧର ମହାପାତ୍ର ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନ ମହିଳା ଯୁକ୍ତ ଦୁଇ ମହାବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତୀ ସୂପ୍ତିମୟୀ ସେନ ଯୋଗଦେଇ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଙ୍କ ର ଶିଶୁ ମାନଙ୍କ ପ୍ରତି ଅସୀମ ସ୍ନେହ ପ୍ରେମ ଓ ଭଲ ପାଇବା କାରଣରୁ ତାଙ୍କୁ ଚାଚା ନେହେରୁ ଭାବେ ପରିଚିତ କରିଥିଲା ।

ରୋଗୀର ନୀରବ ଯନ୍ତ୍ରଣାକୁ ହୃଦୟଙ୍ଗମ କରି ଉପଯୁକ୍ତ ସେବା ଯୋଗାଇ ଦେବା ଜଣେ ନର୍ସ ର କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ କେନ୍ଦ୍ରୀୟ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ନୃସିଂହ ଚରଣ ସାହୁ ଯୋଗଦେଇ ଗୁରୁ – ଶିଷ୍ୟ ର ନିବିଡ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବେ ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟର ପ୍ରାଧ୍ୟାପିକା ଡଃ ମମତା ପାତ୍ର ଯୋଗଦେଇ ନର୍ସିଂ ଛାତ୍ରୀ ଙ୍କ ଦକ୍ଷତା,ଆତ୍ମବିଶ୍ୱାସ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ନର୍ସିଂ କଲେଜ ଅଧ୍ୟକ୍ଷ ଶ୍ରୀମତୀ ପଙ୍କଜିନୀ ପ୍ରଧାନ ନର୍ସିଂ ଛାତ୍ର ଛାତ୍ରୀ ମାନେ ସେବା ପରାୟଣ ଓ ସୃଙ୍କଳିତ ହେବାକୁ ପରାମର୍ଶ ଦେଇଥିଲେ । ଶେଷରେ ନର୍ସିଂ କଲେଜର ଆକାଉଟାଣ୍ଟ ଓମ୍ ଶୁଭମ୍ ସଙ୍କେତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଚେୟାରମ୍ୟାନ ଶ୍ରୀଯୁକ୍ତ ମହାପାତ୍ର ଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।

Leave a Reply

Your email address will not be published. Required fields are marked *