ପୁରୁଣା କାଚରାମାଳ ଠାରେ ହାଇଲେଵୁଲ ସେତୁର ଶିଳାନ୍ୟାସ

କଟକ ସଦର,୧୫/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପୁରୁଣା କାଚରାମାଳ ଠାରେ ଆଜି ରବିବାର ଦିନ ରାଜ୍ୟ ସରକାରଙ୍କ ସେତୁଵନ୍ଧ ଯୋଜନାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୫ କୋଟି ୫୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପୁରୀ କେନାଲ ଉପରେ ନିର୍ମାଣ ହେବାକୁ ଥିବା ହାଇ ଲେଵୁଲ ସେତୁର ଶିଳାନ୍ୟାସ କରିଛନ୍ତି ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କେଏମସି ୫୯ ନମ୍ବର ୱାର୍ଡର କର୍ପୋରେଟର ମମତା ମହାନ୍ତି ଙ୍କ ସମେତ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଆଦର୍ଶ ସ୍ୱର୍ଣ୍ଣକାର ଓ କନିଷ୍ଠ ଯନ୍ତ୍ରୀ ଇଂ ମାନସ ରଞ୍ଜନ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *