ଭୁବନେଶ୍ୱର,୦୫/୦୨/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଏକାମ୍ର ମହାବିଦ୍ୟାଳୟରେ ତା ୨୮.୦୧.୨୦୨୬ ରୁ ତା ୦୫.୦୨.୨୦୨୬ ଆଠ ଦିନ ବ୍ୟାପି ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ରାଜଶ୍ରୀ ମହାନ୍ତି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସଂଯୋଜିକା ଡଃ ସୁଜାତା ମିଶ୍ର ଏବଂ ଡଃ ଶୁଭଶ୍ରୀ ପ୍ରିୟଦର୍ଶନୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଶକ୍ତିଶ୍ରୀ ସଂଯୋଜିକା ଡଃ ନିବେଦିତା ମହାନ୍ତି, ଦିଲ୍ଲୀପ ମଲ୍ଲିକ, ମୋହନ କୁମାର ବଡମୁଣ୍ଡି, ଡଃ ଅର୍ଚ୍ଚନା ମହାପାତ୍ର, ଡଃ ପ୍ରଶାନ୍ତ କୁମାର ସେଠୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ପ୍ରଶିକ୍ଷିକା ଶ୍ରୀମତୀ ପୂଜା ସେଠୀ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ବିଷୟରେ ତାଲିମ ଦେଇଥିଲେ ।
