କଟକ ସଦର,୦୫/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର କଲେଜରେ ଶିକ୍ଷା ବିଭାଗ ଓ ଭୁବନେଶ୍ବର ଟିକା ଫାଉଣ୍ଡେସନ ର ମିଳିତ ଆନୁକୁଲ୍ୟରେ ‘କୃତ୍ରିମ ବୁଦ୍ଧିମତା ଏଵଂ ଶିକ୍ଷାର ଭବିଷ୍ୟତ’ ଶୀର୍ଷକ ବିଷୟ ଭିତ୍ତିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହାକୁ ଅଧ୍ୟକ୍ଷା ଡ଼ଃ ସ୍ୱାତୀ ପଣ୍ଡା ଉଦଘାଟନ କରିଥିଲେ।
ଏଥିରେ ବାହାରୁ ଆସିଥିବା ଡ଼ଃ ପ୍ରଶନ୍ନ କୁମାର ମହାପାତ୍ର, ଡ଼ଃ ଉପେନ୍ଦ୍ର ନାଥ ପଣ୍ଡା, ଡ଼ଃ ନିରଞ୍ଜନ ସୁତାର, ଡ଼ଃ ଗୁପ୍ତେଶ୍ୱର ରାଓ, ଡ଼ଃ ସରୋଜ କାନ୍ତ ଚୈ।ଧୁରୀ, ପ୍ରଫେସର ବନ ବିହାରୀ ମିଶ୍ର, ଡ଼ଃ ଭାବଗ୍ରାହୀ ବିଶ୍ୱାଳ, ଡ଼ଃ ରବିନାରାୟଣ ସାହୁ, ଡ଼ଃ ମିନତି ମହାନ୍ତି ପ୍ରମୁଖ ଶିକ୍ଷାବିତ ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅଧ୍ୟାପକ ପ୍ରଦୀପ୍ତ କୁମାର ବିଶ୍ବାଳ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଡ଼ଃ ନମିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପରିଚାଳନାରେ କଲେଜର ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ଙ୍କ ସମେତ ଶିକ୍ଷା ବିଭାଗର ଅଧ୍ୟାପିକା ରେଖା ନାୟକ ଓ ଆଇଟି ଅଧ୍ୟାପକ ଏସ୍ ଚକ୍ରବର୍ତ୍ତୀ ସହାୟତା କରିଥିଲେ।
