ଜଗତସିଂହପୁର, ୦୫/୦୨/୨୦୨୬ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତିଶଙ୍କର ରାୟ ଙ୍କ ଅଧ୍ୟକ୍ଷତା ରେ “କାର୍ଯ୍ୟ କ୍ଷେତ୍ର ରେ ମହିଳା ମାନଙ୍କୁ ହେଉଥିବା ଯୌନ ଉତ୍ପୀଡନ” ସମ୍ବନ୍ଧୀୟ ଆଇନ ବିଷୟରେ ଅବଗତି ନିମନ୍ତେ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିର ରେ ସମ୍ମାନନୀୟ ଅତିଥି ଭାବେ ଅତିରିକ୍ତ ଉପ- ଜିଲ୍ଲାପାଳ ଶ୍ରୀ ଆଦିକନ୍ଦ ବେହେରା, ବରିଷ୍ଠ ଆଇନଜୀବି ଶ୍ରୀ ଶାରଦା ପ୍ରସନ୍ନ ଦାସ, ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଷ୍ଣୁପ୍ରିୟା ସେଠୀ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଆଜିର ମୁଖ୍ୟ ବିଷୟ ଥିଲା କର୍ମକ୍ଷେତ୍ର ରେ ହେଉଥିବା ଯୌନ ଉତ୍ପୀଡନ ଏବଂ ଏହାର କର୍ମୀ ଙ୍କ ଉପରେ ହେଉଥିବା କୁପ୍ରଭାବ ଏବଂ ଏଥି ସହିତ ସଂଯୁକ୍ତ ନ୍ୟାୟିକ ବ୍ୟବସ୍ଥା ଉପରେ ସମସ୍ତେ ନିଜର ମତ ପ୍ରକାଶ କରିଥିଲେ ।
ଅତିରିକ୍ତ ଜିଲାପାଳ ମହୋଦୟ ସମାଜର ଏହି କୁପ୍ରଥା ଯୋଗୁଁ ହେଉଥିବା କ୍ଷତି ଏବଂ କର୍ମୀ ମାନଙ୍କ ପ୍ରତି ନିର୍ଯାତନା ବିଷୟରେ ମତ ପ୍ରଦାନ କଲେ, ଅତିରିକ୍ତ ଉପ ଜିଲ୍ଲାପାଳ ମହୋଦୟ ମଧ୍ୟ ଏହି ସମ୍ପର୍କ ରେ ନିଜର ବକ୍ତବ୍ୟ ରଖିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯୌତୁକ ଦ୍ଵାରା କିଶୋରି ବାଳିକା ଏବଂ ମହିଳା ମାନଙ୍କ ଉପରେ ହେଉଥିବା ନିର୍ଯାତନା ବିଷୟରେ ମତ ରଖିଥିଲେ । ବରିଷ୍ଠ ଆଇନଜିବୀ ସମସ୍ତ ନ୍ୟାୟିକ ବ୍ୟବସ୍ଥା ବିଷୟରେ ବୁଝାଇଲେ ଏବଂ ସରକାର୍ ଓ ଭାରତୀୟ ନ୍ୟାୟ ସହିନ୍ତା ର ଉପଯୁକ୍ତ ପ୍ରାବଧାନ ବିଷୟରେ ଅବଗତ କରାଇଲେ।
ଏହି ସଭାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସ୍ୱାଗତ ଭାଷଣ ଓ ଅତିଥିପରିଚୟ ଦେବା ସହିତ ସଭାକୁ ପରିଚାଳନା କରିଥିଲେ ଓ ସର୍ବ ଶେଷରେ ଉପ ବିଭାଗୀୟ ଅଧିକାରୀ ଶ୍ରୀମତି କବିତା ମୂର୍ମୁ ଧନ୍ୟବାଦ ପ୍ରଦାନ କରିଥିଲେ। ଉକ୍ତ ସଭାରେ ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ ମାନେ,ସମସ୍ତ ଅତିରିକ୍ତ ତହସିଲଦାର, ସମନ୍ୱିତ ଶିଶୁ ଓ ମହିଳା ବିକାଶ ଅଧିକାରୀ ମାନେ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କ ଅଧୀନରେ ଥିବା ସମସ୍ତ କାର୍ଯ୍ୟକର୍ତ୍ତା ମାନେଉପସ୍ଥିତ ରହି ସଭାକୁ ସଫଳ କରିବାରେ ସହଯୋଗ କରିଥିଲେ ।
