ପ୍ରଧାନଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଆଠଗଡ,୦୨/୦୨/୨୦୨୫ (ଓଡ଼ିଶା ସମାଚାର)-ବଡଭୁଇଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିବରାମ ବେହେରାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତଥା ଏନପିଏସ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଚାରୁଚନ୍ଦ୍ର ବେହେରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଅବସର ପ୍ରାପ୍ତ ସହଶିକ୍ଷା ଅଧିକାରୀ ଗଦାଧର ଲେଙ୍କା ଏବଂ ମୁଖ୍ୟ ବକ୍ତା ଭାବେ ଓଷ୍ଟା ଢେଙ୍କାନାଳର ସମ୍ପାଦକ ପ୍ରମୋଦ କୁମାର ସ୍ୱାଇଁ ଏବଂ ସମ୍ମାନୀତ ଅତିଥି ଭାବେ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି କିଶୋର ଚନ୍ଦ୍ର ବେହେରା, ସଂପାଦକ ଦେବୀ ପ୍ରସାଦ ମିଶ୍ର ଏବଂ  ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାନସ ରଞ୍ଜନ ଖଟୁଆ ପ୍ରମୁଖ ଯୋଗଦେଇ ଅବସର ଗ୍ରହଣ କରିଥିବା ଶିକ୍ଷକ ଶ୍ରୀ ବେହେରାଙ୍କ ବିଦ୍ୟାଳୟ ପରିଚାଳନାରେ ଥିବା କାର୍ଯ୍ୟଦକ୍ଷତା ଛାତ୍ରବତ୍ସଳତା ପ୍ରଭୃତି ଥିବା ଗୁଣ ଗାରିମା ଉପରେ ଅଲୋକପାତ କରିଥିଲେ । ପରେପରେ ଗ୍ରାମବାସୀ ଓ ବିଦ୍ୟାଳୟ ପକ୍ଷରୁ ଶ୍ରୀଯୁକ୍ତ ବେହରାଙ୍କୁ ମାନପତ୍ର , ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *