ପାଟକୁରା ୦୭/୧୨/୨୦୨୫ (ଓଡିଶା ସମାଚାର )-ଆଜି ଗରଦପୁର ବ୍ଳକ ଅଧୀନ ନିଶ୍ଚିନ୍ତା ଶାସନ ଠାରେ ଥିବା ପିକେ ଗୁରୁକୁଳ ଆଶ୍ରମ ବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ଏଥିରେ ଜିଲ୍ଲାର ବାଇଶି ଗୋଟି ସରସ୍ବତୀ ଶିଶୁମନ୍ଦିରର ବିଦ୍ୟାର୍ଥୀ ମାନେ ଭାଗ ନେଇଥିଲେ । ପ୍ରତ୍ୟେକ ଖେଳରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ବିଦ୍ୟାର୍ଥୀ ମାନଙ୍କୁ ସିଲ, କପ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।

ମୁଖ୍ୟଅତିଥି ଭାବେ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଯୋଗ ଦେଇଥିଲେ । କୃତିତ୍ବ ଅର୍ଜନ କରିଥିବା କ୍ରୀଡ଼ାବିତ ଙ୍କୁ ମୁଖ୍ୟ ଅତିଥି ସିଲ, କପ ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ । କ୍ରୀଡା ପ୍ରତିଯୋଗିତା କ୍ରୀଡ଼ାବିତ ଙ୍କ ମଧ୍ୟରେ ପ୍ରତିଯୋଗିତାର ମନଭାବ ବୃଦ୍ଧିକରେ । ଏହା ସେମାନଙ୍କର ମାନସିକ, ଶାରୀରିକ ବିକାଶ କରିବା ସହ ସେମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ କରେ ବୋଲି ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
ପ୍ରଧାନ ଗୁରୁଜୀ ଶରତ ଚନ୍ଦ୍ର ରାଉତ ଙ୍କ ଅଧ୍ୟକ୍ଷତାର ଆୟୋଜିତ ଏହି ବାର୍ଷିକ କ୍ରୀଡା ଉତ୍ସବରେ ବନ୍ତଳା ସମିତି ସଭ୍ୟ ବ୍ରଜକିଶୋର ସାହୁ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିବାବେଳେ ସରପଞ୍ଚ ରଞ୍ଜନ ନାୟକ,ଯୁବନେତା କ୍ଷିତୀଶ ଚନ୍ଦ୍ର ଦାଶ ମଧ୍ୟ ସମ୍ମାନିତ ଅତିଥି ଭାବେ ମଂଚାସୀନ ରହି କ୍ରୀଡାରେ ଭାଗ ନେଇଥିବା ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ ।
