ଓଡ଼ିଶାରେ ଇଲେକ୍ଟ୍ରୋ ହୋମିଓପାଥି ରୂପାୟଣ ସମ୍ପର୍କରେ ଆୟୁଷ ନିର୍ଦ୍ଦେଶକଙ୍କ ସହିତ ବୈଠକ

ଭୁବନେଶ୍ୱର,୧୪/୧୦/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପରମ୍ପରାଗତ ଓ ବିକଳ୍ପ ଚିକିତ୍ସା ପଦ୍ଧତିକୁ ଉନ୍ନତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଆୟୁଷ ନିର୍ଦ୍ଦେଶକ ଶ୍ରୀମତୀ ଅଞ୍ଜନା ପଣ୍ଡା, IAS ଙ୍କ ସହ ଇଲେକ୍ଟ୍ରୋ ହୋମିଓପାଥିକୁ ରାଜ୍ୟର ଆରୋଗ୍ୟ ବ୍ୟବସ୍ଥାରେ କିପରି ରୂପାୟଣ କରାଯାଇପାରେ ସେଥିପାଇଁ ଏକ ବୈଠକ ଆୟୋଜିତ ହୋଇଥିଲା। ଆଲୋଚନାରେ ଇଲେକ୍ଟ୍ରୋ ହୋମିଓପାଥିର ସୀମା, ବୈଧିକ ଗଠନାତ୍ମକ ଢାଞ୍ଚା ଓ ଗୁଣତ୍ତାମୂଳକ ଚିକିତ୍ସା ପ୍ରକ୍ରିୟା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ପର୍କରେ ଚର୍ଚ୍ଚା ହୋଇଥିଲା।

ଆୟୁଷ ନିର୍ଦ୍ଦେଶକ ଏହି ପଦକ୍ଷେପକୁ ସ୍ୱାଗତ କରି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ ସହ ସମନ୍ୱୟ ରଖି ଇଲେକ୍ଟ୍ରୋ ହୋମିଓପାଥି ପ୍ରଚାର ପାଇଁ ସମସ୍ତ ସମ୍ଭବ ସହଯୋଗ ଦେବା ଆଶ୍ୱାସନ ଦେଲେ।

ଭାରତୀୟ ଜନତା ପାର୍ଟି ଓଡ଼ିଶାର ରାଜ୍ୟ ସମନ୍ବୟକାରୀ ଶ୍ରୀ ରବି ମହାରଣା ଚିକିତ୍ସା ପ୍ରୋଟୋକଲକୁ ମାନକ କରିବା, ଜନଚେତନା କାର୍ଯ୍ୟକ୍ରମ ଓ ମାନ୍ୟତାପ୍ରାପ୍ତ ସଂସ୍ଥାଗୁଡ଼ିକ ସହ ସହଯୋଗ ମାଧ୍ୟମରେ କ୍ଷମତା ବୃଦ୍ଧି କରିବାରେ ଜୋର ଦେଲେ।

ସଂସ୍ଥାର ସ୍ଥାପକ ଅଧ୍ୟକ୍ଷ ଡା. ସରୋଜ କୁମାର ସାହୁ, ସଚିବ ଡା. ପରଶୁରାମ ଖଟୁଆ ଓ ପରାମର୍ଶଦାତା ଶ୍ରୀ ନିଶିକାନ୍ତ ନାୟକ ଇଲେକ୍ଟ୍ରୋ ହୋମିଓପାଥିକୁ ସର୍ବସାଧାରଣ ଆରୋଗ୍ୟ ସେବାରେ ଏକ ପୂରକ ଚିକିତ୍ସା ପଦ୍ଧତି ଭାବେ ସମ୍ମିଳନ କରି ଜନସାଧାରଣଙ୍କୁ ଶସ୍ତା ଓ ଗୁଣତ୍ତାମୂଳକ ଚିକିତ୍ସା ସୁବିଧା ଦେବା ପ୍ରତି ଆଶାବାଦୀ ଭାବେ ମତ ପ୍ରକାଶ କଲେ।

Leave a Reply

Your email address will not be published. Required fields are marked *