କନ୍ଦରପୁର ରେ ଖୋଲିଲା ଅତ୍ୟାଧୁନିକ ‘ ସତ୍ୟସାଇ ହସ୍ପିଟାଲ ଆଣ୍ଡ ଡାଇଗ୍ନୋଷ୍ଟିକ ସେଣ୍ଟର ‘

କଟକ ସଦର ,୦୨/୧୦/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା କନ୍ଦରପୁର ଠାରେ ଆଜି ବୁଧବାର ପବିତ୍ର ମହାଳୟା ଓ ଗାନ୍ଧୀ ଜୟନ୍ତୀ ରେ ଖୋଲିଲା ଅତ୍ୟାଧୁନିକ ସତ୍ୟସାଇ ହସ୍ପିଟାଲ ଆଣ୍ଡ ଡାଇଗ୍ନୋଷ୍ଟିକ ସେଣ୍ଟର । ଏଠାରେ ଅଭିଜ୍ଞ ବିଶେଷଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ଅତ୍ୟାଧୁନିକ ଚିକିତ୍ସା ସେବା ଦେଵା ସହିତ ଓପିଡି,ପାଥୋଲୋଜି,ଏକ୍ସ ରେ, ଇକୋ, ଅଲଟ୍ରାସାଉଣ୍ଡ,ଫିଜିଓ ଥେରାପି,ଡେଣ୍ଟାଲ ଓଟି, ଚକ୍ଷୁ ଓପିଡି ସମେତ ସବୁ ପ୍ରକାର ରୋଗର ନୀରୁପଣ ସହିତ ଚିକିତ୍ସା ସେବା ଯୋଗାଇଦେବାକୁ ହସ୍ପିଟାଲ ଦୃଢ ପରିକର ବୋଲି ନିର୍ଦ୍ଦେଶକ ଜୀବନ ପରିଡ଼ା କହିଛନ୍ତି। ଏଥିସହିତ ରୋଗୀ ପରିବହନ ପାଇଁ ତିନୋଟି ଆମ୍ବୁଲାନ୍ସ ନିୟୋଜିତ ଥିବା ଜଣାପଡିଛି। ଏହି ଅବସରରେ ହସ୍ପିଟାଲ ର ପରିଚାଳନା ନିର୍ଦ୍ଦେଶକ ଜୟରାମ ପରିଡ଼ାଙ୍କ ପକ୍ଷରୁ ଆୟୋଜିତ ଉଦଘାଟନ ଉତ୍ସବରେ ସ୍ଥାନୀୟ ବରିଷ୍ଠ ଡାକ୍ତର ଜଗବନ୍ଧୁ ସାହୁ, ଡାକ୍ତର ବରଦା ପ୍ରସନ୍ନ ଜେନା ଙ୍କ ସମେତ ଡ଼ାଃ ଦେଵାର୍ଚ୍ଚନ ଜେନା, ଡ଼ାଃ ଅଶୋକ କୁମାର ଶତପଥି ପ୍ରମୁଖ ବହୁ ଡାକ୍ତର ଓ ବୁଦ୍ଧିଜୀବି ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *