ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ପାଇଁ ସରକାରୀ ଯୋଜନା ଅପହଞ୍ଚ,ଝିଅ ସହ ଦୁର୍ଦ୍ଦିନରେ ବିତୁଛି ଜୀବନ

କଟକ ସଦର ,୨୮ /୧୨/୨୦୨୩ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ଜୈନିକା ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ପାଇଁ ସରକାରୀ ସୁବିଧା ସାତସପନ ହୋଇଛି। ଦୀର୍ଘ ୧୧ ବର୍ଷରୁ ଉର୍ଦ୍ଧ୍ବ ହେଵ ନିଜର ଏକ ୧୩ ଵର୍ଷର ଝିଅକୁ ନେଇ ୯୫ ବର୍ଷୀୟ ବୃଦ୍ଧ ବାପାଙ୍କ ଉପରେ ବୋଝ ହୋଇ ରହିଥିବା ଦେଖିବାକୁ ମିଳିଛି କଟକ ସଦର ବ୍ଲକ ଅନ୍ତର୍ଗତ ସୋମପୁର ପଞ୍ଚାୟତରେ। ପ୍ରକାଶ ଯେ ସୋମପୁର ପରିଡ଼ା ସାହିର ଡମେଇ ପରିଡ଼ାଙ୍କ ଝିଅ ଗୀତାଞ୍ଜଳି ପରିଡ଼ା ଆଜକୁ ୧୧ ବର୍ଷରୁ ଉର୍ଦ୍ଧ୍ବ ହେଵ ସ୍ୱାମୀଙ୍କ ଦ୍ୱାରା ପରିତ୍ୟକ୍ତା ହୋଇ ୧୩ ଵର୍ଷର ଝିଅକୁ ନେଇ ଅଭାବ ଅନାଟନରେ ଓଳିଏ ଖାଇ ଓଳିଏ ଉପବାସରେ ଜୀବନ ବିତାଉଛନ୍ତି। ସରକାରୀ ସୁବିଧା ସୁଯୋଗ ପାଇଁ ସମସ୍ତଙ୍କ ପାଖରେ ନେହୁରା ହେଉଥିଲେ ମଧ୍ୟ ସମସ୍ତଙ୍କର ଗୋଟିଏ କଥା ହଁ ଦିଆଯିବ। ହେଲେ ସେହି ହଁ ଟା କେଵେ କାର୍ଯ୍ୟକାରୀ ହେଵ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆବଶ୍ୟକତା ଦୃଷ୍ଟିରୁ ଉକ୍ତ ମହିଳାଙ୍କୁ ପକ୍କା ଘର, ଭତ୍ତା ଓ ରାସନ୍ ସାମଗ୍ରୀ ଯୋଗାଇଦେବାକୁ ‘ କଟକ ସଦର ଵିଚାର ମଞ୍ଚ’ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା କଟକ ଜିଲ୍ଲା ପ୍ରଶାସନ ଠାରେ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *