ଭୁବନେଶ୍ୱର,୦୩/୦୨/୨୦୨୬(ଓଡ଼ିଶା ସମାଚାର)-ରାଜ୍ୟର ୧୪୭ ବିଧାନସଭା ନିର୍ବାର୍ଚନମଣ୍ଡଳୀରେ ମେଡିସିନ ବ୍ୟାଙ୍କ ପକ୍ଷରୁ ଆମ୍ବୁଲାନସ ସେବା ସହ ଆୟୁବେଦିକ କ୍ଲିନିକ ସହ ଔଷଧ ଆଗାମୀ ମେ ୮ତାରିଖ ଠାରୁ ଉପଲବ୍ଧ ହେବ ବୋଲି ମେଡିସିନ ବ୍ୟାଙ୍କର ଅଧ୍ୟକ୍ଷ ଶ୍ରୀ ସଂଜୟ କୁମାର ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି । ଜୟଦେବ ଭବନ ଠାରେ ମେଡିସିନ ବ୍ୟାଙ୍କର ୩୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଓଡିଶାରେ ଗୁଣାତ୍ମକ ଔଷଧ ସୁଲ ମୂଲ୍ୟରେ ମିଳିବା ଲକ୍ଷ୍ୟରେ ୩୧୪ଟି ବ୍ଲକରେ ମେଡିସିନ ବ୍ୟାଙ୍କ ତାର ଶାଖା ସ୍ଥାପନ ପାଇଁ ଚେଷ୍ଟା ଜାରି ରହିଛି । ସରକାରୀ ଡାକ୍ତରଖାନାରେ ମିଳୁଥିବା ଔଷଧ ଗୁଡିକର ଗୁଣବତା ଉଚ୍ଚମାନର ରହିବାପାଇଁ ସରକାର ଚେଷ୍ଟା କରିବା ଉଚିତ ବୋଲି ବରିଷ୍ଠ ସମାଜସେବୀ ତଥା ମେଡିସିନ ବ୍ୟାଙ୍କର ଉପଦେଷ୍ଟା ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତପ୍ରକାଶ କରିଥିଲେ । ଓଡିଶାରେ ଥିବା ଔଷଧ ଦୋକାନ ଗୁଡିକରେ ପୂର୍ଣ୍ଣକାଳୀନ ଫାର୍ମାସିଷ୍ଟ ମାନଙ୍କର ଘୋର ଅଭାବ ରହିଛି ।
ମେଡିସିନ ବ୍ୟାଙ୍କ ପକ୍ଷରୁ ପ୍ରତି ଜିଲାରେ ଫାମାସିଷ୍ଟ ତାଲିମକେନ୍ଦ୍ର ପ୍ରତିଷ୍ଠା ପାଇଁ ଉଦ୍ୟମ ହେଉଛି । ଆଇ.ଆଇ.ଟି ଅରଗୁଳଠାରେ ଏକ ଡାକ୍ତରଖାନା ପ୍ରତିଷ୍ଠା ପାଇଁ ପ୍ରାୟ ୨୫ଏକର ଜମିରେ ଏକ ୨୫ହଜାର ବର୍ଗଫୁଟର ଗୃହରେ ଖୁବ ଶୀଘ୍ର ଆରମ୍ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଆର୍ୟୁବେଦିକ କ୍ଲିନିକ ଓ ଔଷଧ ଦୋକାନ ପ୍ରତିଷ୍ଠା ପାଇଁ ଉଦ୍ୟମ ହୋଇଛି । ଖୁବଶୀଘ୍ର ଏ ଗୁଡିକ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି । ଯଦି ସରକାରଙ୍କ ସହଯୋଗ ମିଳେ ତେବେ ଏହା ସୂଚାରୁରୂପେ ସାରା ଓଡିଶାରେ କାର୍ଯ୍ୟକ୍ଷମ ହୋଇପାରିବ ।
ଓଡିଶାରେ ପ୍ରଥମ କରି ଏହି କାର୍ଯ୍ୟକ୍ଷମକୁ ମେଡିସିନବ୍ୟାଙ୍କ ହାତକୁ ନେଇଛି । ଆଗାମୀ ୬ମାସ ମଧ୍ୟରେ ସାରା ଓଡିଶାରେ ୧୪୭ ନିର୍ବାଚନ ମଣ୍ଡଳୀରେ ମେଡିସିନବ୍ୟାଙ୍କ ପକ୍ଷରୁ ଆମ୍ଭୁଲାନସ ସେବା ଏବଂ ଆୟୂବେଦିକ ଦୋକାନ ତଥା କ୍ଲିନିକ ସ୍ଥାପନ ଲାଗି ବ୍ୟବସ୍ଥା ହେଉଛି । ଏଏପିଏଲ, ବିପିଏଲ, ବରିଷ୍ଠ ନାଗରିକମାନଙ୍କୁ ବିନାମୂଲ୍ୟରେ ସେବା ଯୋଗାଇ ଦିଆଯିବ । ମେଡିସିନବ୍ୟାଙ୍କ ତରଫରୁ ରାଜ୍ୟରେ ଥିବା ପିଏଚସି, ସିଏଚସି, ଜିଲା ହସପିଟାଲ ଗୁଡିକରେ ମେଡିସିନ କେନ୍ଦ୍ର ସ୍ଥାପନ ପାଇଁ ଆବଶ୍ୟକ ହେଉଥିବା ଜାଗା କିମ୍ବା ଗୃହ ଆବଂଟନ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । ବର୍ତମାନସୁଦ୍ଧା ସରକାରଙ୍କ ବିଚାରାଧୀନ ଅଛି ।
ଏହି ଉତ୍ସବରେ ପ୍ରାରମ୍ଭରେ ମେଡିସିନବ୍ୟାଙ୍କର ଅଧ୍ୟକ୍ଷ ଶ୍ରୀ ସଂଜୟ କୁମାର ପ୍ରଧାନ ଅନୁଷ୍ଠାନର ଉଦ୍ଧେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅନୁଷ୍ଠାନର ନିର୍ଦେଶକ ଶ୍ରୀ ଅବିନାଶ ମିଶ୍ର ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଏଚସିଜି ପଣ୍ଡା କ୍ୟାନସର ହସପିଟାଲର ମୁଖ୍ୟ ପରିଚାଳନା ନିର୍ଦେଶିକା ଡଃ ସ୍ମିତା ପାଢୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପିକା ଡଃ ଲତିକା ସିଂହ, ଓଡିଶା ଡିଜିଟାଲ ମିଡିଆର ଆସୋସିଏସନର ସଭାପତି ଶ୍ରୀ ତୁଷାର ପଟ୍ଟନାୟକ ଏବଂ ରାୟଗଡାସ୍ଥ ଉତ୍କଳ ଲ କଲେଜର ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ମେଡିସିନବ୍ୟାଙ୍କର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ମେଡିସିନ ବ୍ୟାଙ୍କର ସମ୍ପାଦିକା ରୀତାଞ୍ଜଳି ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିବା ସହିତ ଆଲଫା ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
