ଶିଶୁ ଅନନ୍ତ ଆଶ୍ରମରେ ପାଖଡ଼ ମହୋତ୍ସବ

ପାଟକୁରା,୦୨/୦୨/୨୦୨୬ (ଓଡ଼ିଶା ସମାଚାର)- ଅରିଲୋସ୍ଥିତ ଶିଶୁ ଅନନ୍ତ ଆଶ୍ରମରେ ପାଖଡ଼ ମହୋତ୍ସବ ପାଳିତ ହୋଇ ଯାଇଛି । ବିଶ୍ୱପ୍ରେମୀ ପଦ୍ମଶ୍ରୀ ବାବା ବଳିଆଙ୍କ ଗୃହ ତ୍ୟାଗ ଦିବସ ଉପଲକ୍ଷେ ଗରଦପୁର ବ୍ଲକ୍ ପାଖଡ଼ ଗ୍ରାମର ଗ୍ରାମବାସୀମାନେ ପ୍ରତି ବର୍ଷ ଏହି ମହୋତ୍ସବ ପାଳନ କରି ଆସୁଛନ୍ତି । ଏହି ଅବସରରେ ପିଠର ଆରାଧ୍ୟ ପ୍ରଭୁ ଶିଶୁ ଅନନ୍ତଙ୍କୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ପୂଜ୍ୟ ପୂଜକ ବାବା ବଳିଆ ତୀର୍ଥ ଭ୍ରମଣରେ ଥିବାରୁ ତାଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ଘ୍ୟ ଅର୍ପଣ କରାଯାଇଥିଲା । ମହୋତ୍ସବ କମିଟି ତରଫରୁ ଆୟୋଜିତ ଉତ୍ସବରେ ବାବା ଙ୍କ ପଟଶିଶ୍ୟ ବାବାଜୀ ଶ୍ରୀବାସ ଦାସ ସଂଯୋଜନା କରିଥିବାବେଳେ କମିଟିର ଆବାହକ ପ୍ରକୃତି ବନ୍ଧୁ ଦ୍ୱାରିକାନାଥ ସେନାପତି ଉତ୍ସବ ପାଳନର ତାତ୍ପର୍ଯ୍ୟତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

ସେହିପରି ଆଶ୍ରମର ବାବାଜୀ ପ୍ରକାଶ ଭାଇ, ତିର୍ତୋଲ ଥାନା ଅଧିକାରୀ ପ୍ରଦୀପ୍ତ କୁମାର ସେଠୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ । ପାଖଡ଼ର ପୂର୍ବତନ ସରପଂଚ ଗୌରାଙ୍ଗ ଚରଣ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦୁଖିଶ୍ୟାମ ସେନାପତି, ନୃସିଂହ ସେନାପତି, ଅଭୟ କୁମାର ସ୍ୱାଇଁ, ଚାରୁଚନ୍ଦ୍ର ସେନାପତି , ରମେଶ ଚନ୍ଦ୍ର ସାମଲ, ବଳରାମ ହୋତା, ମନୋଜ ରଂଜନ ପଣ୍ଡା ସନ୍ତୋଷ ସାହୁ , ଶ୍ୟାମ ସୁନ୍ଦର ମଲିକ, ପର୍ଶୁରାମ ମଲିକ, ଗୋଲଖ ମହାନ୍ତି , ଉଲାସ ପରିଡ଼ା, ମନୋରଂଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଉତ୍ସବ ପରିଚାଳନାରେ ଡ଼ ଚିଦାନନ୍ଦ ବ୍ରହ୍ମଚାରୀ, ପୂଜକ ସଦାନନ୍ଦ ଭାଇନା, ତପନ ଭାଇ, ବିମ୍ବାଧର ଭାଇ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *