“ରାଇଟ ଟୁ  ସାଇଟ୍” ପଦକ୍ଷେପ ଅଧୀନରେ ମୋବାଇଲ୍ ଆଇ ଟେଷ୍ଟିଂ ଭ୍ୟାନ ଶୁଭାରମ୍ଭ ହେଲା

ଭୁବନେଶ୍ୱର,୨୭/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରୋଟାରୀ କ୍ଲବ୍ ଅଫ ଭୁବନେଶ୍ୱର କଳିଙ୍ଗା ଏବଂ ଇଣ୍ଡିଆନ ବ୍ୟାଙ୍କର CSR ପଦକ୍ଷେପ ସହଯୋଗରେ, ଏକ ବିଶେଷ ଭାବେ ପ୍ରସ୍ତୁତ ମୋବାଇଲ୍ ଆଇ ଟେଷ୍ଟିଂ ଭ୍ୟାନ୍ ଆଜିସନ୍ଧ୍ୟା ୫:୩୦ ରେ, ଜୟଦେବ ବିହାରସ୍ଥିତ ଓଡିଶା ଜ୍ଞାନ କର୍ପୋରେସନ ଲିମିଟେଡ୍ (OKCL) ପ୍ରାଙ୍ଗଣରେ ଶୁଭାରମ୍ଭ କରାଗଲା।

ଏହି ଅବସରରେ ରୋଟାରିଆନ ମନୋଜ କୁମାର ତ୍ରିପାଠୀ, ଡିଷ୍ଟ୍ରିକ୍ଟ ଗଭର୍ନର, RI ଡିଷ୍ଟ୍ରିକ୍ଟ ୩୨୬୨, ଭ୍ୟାନ ଟିକୁ ଔପଚାରିକ ଭାବେ ଶୁଭାରମ୍ଭ କଲେ। ସେହିପରି ଶ୍ରୀମତୀ ଅରୁଣାଏମ୍, ଫିଲ୍ଡ ଜେନେରାଲ ମ୍ୟାନେଜର, ଇଣ୍ଡିଆନ ବ୍ୟାଙ୍କ, ଏହି ଭ୍ୟାନ ଟିକୁ JPM ରୋଟାରୀ ଆଇ ହସ୍ପିଟାଲ୍, କଟକ ଙ୍କୁ ଔପଚାରିକ ଭାବେ ହସ୍ତାନ୍ତର କଲେ।ଏହି ହସ୍ପିଟାଲ ଭ୍ୟାନ ଟିକୁ ପରିଚାଳନା କରି ଓଡିଶାର ଦୁରସ୍ଥ ଏବଂ ସେବାରୁ ବଞ୍ଚିତ ଅଞ୍ଚଳ ଗୁଡିକରେ ନିଶୁଳ୍କ ଆଖି ଚିକିତ୍ସା ସେବା ପ୍ରଦାନ କରିବ।

ପାସ୍ଟ ପ୍ରେସିଡେଣ୍ଟ ରୋଟାରିଆନ୍ ଅଜିତ କୁମାର ମହାପାତ୍ର, “ପ୍ରୋଜେକ୍ଟ ରାଇଟ ଟୁ ସାଇଟ୍” ର ଅଧ୍ୟକ୍ଷ ଭାବେ, ଏହି ପ୍ରକଳ୍ପର ସମନ୍ୱୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ।

ରୋଟାରିଆନ୍ ଡ଼ାକ୍ତର ମନୋରଞ୍ଜନ ପୁଥାଳ, ଅଧ୍ୟକ୍ଷ, ରୋଟାରୀ କ୍ଲବ୍ ଅଫ ଭୁବନେଶ୍ୱର କଳିଙ୍ଗା ଏବଂ ପ୍ରବନ୍ଧ ନିର୍ଦ୍ଦେଶକ, OKCL କହିଥିଲେ—

“ଏହି ‘ରାଇଟ ଟୁ ସାଇଟ୍’ ପଦକ୍ଷେପ ରୋକିପାରିବା ଯୋଗ୍ୟ ଅନ୍ଧତ୍ୱ କୁ ଦୂର କରିବାରେ ଏକ ମାଇଲ ସ୍ଟୋନ ସାବ୍ୟସ୍ତ ହେବ। ମୋବାଇଲ୍ ଆଇ ଟେଷ୍ଟିଂ ଭ୍ୟାନ ମାଧ୍ୟମରେ ଗୁଣାତ୍ମକ ଆଖି ସେବା ସିଧାସଳଖ ଭାବରେ ଅବହେଳିତ ଓ ଅସହାୟ ଲୋକ ମାନଙ୍କ ପାଖକୁ ପହଞ୍ଚିବ।”

ଡିଷ୍ଟ୍ରିକ୍ଟ ଗଭର୍ନର ରୋଟାରିଆନ ମନୋଜ କୁମାର ତ୍ରିପାଠୀ ମତ ପ୍ରକାଶ କରିଥିଲେ ଯେ, ଏପରି ପଦକ୍ଷେପ ସମାଜକୁ ଗୁଣାତ୍ମକ ସେବା ପହଞ୍ଚାଇବାରେ ଅତ୍ୟାବଶ୍ୟକ ଏବଂ ସେ ଏହି ପ୍ରକଳ୍ପର ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ଇଣ୍ଡିଆନ ବ୍ୟାଙ୍କର CSR ପଦକ୍ଷେପ ଏବଂ ଶ୍ରୀମତୀ ଅରୁଣା ଏମ ଙ୍କ ନେତୃତ୍ୱରେ, ଏହି ଭ୍ୟାନ୍ ମାଧ୍ୟମରେ ସମ୍ପୂର୍ଣ୍ଣ ଆଖି ପରୀକ୍ଷା, ଚଷମା ବଣ୍ଟନ ଓ ଆବଶ୍ୟକ ଅପରେଶନ ପାଇଁ ରିଫରେଲ୍ସେ ବା ପ୍ରଦାନ କରାଯିବ। ଏହାରେ ଆଧୁନିକ ଡାୟାଗ୍ନୋଷ୍ଟିକ ସାଜସଜ୍ଜା ରହିଛି, ଯାହାଦ୍ୱାରା ସ୍ଥଳରେ ହିଁ ପରୀକ୍ଷା କରାଯାଇ ପାରିବ।

ଏହି କାର୍ୟ୍ୟକ୍ରମ ରୋଟାରୀ କ୍ଲବ୍, ଇଣ୍ଡିଆନ ବ୍ୟାଙ୍କ ଏବଂ JPM ରୋଟାରୀ ଆଇ ହସ୍ପିଟାଲ ମଧ୍ୟରେ ସଫଳ ସରକାରୀ-ବେସରକାରୀ-ସାମାଜିକ ସହଯୋଗର ଏକ ଉତ୍କୃଷ୍ଟ ଉଦାହରଣ ଭାବେ ପ୍ରତିପାଦିତ ହୋଇଛି।

Leave a Reply

Your email address will not be published. Required fields are marked *