କାକୁଡ଼ିକୁଦରେ ଆୟୁସ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ।

ଯାଜପୁର,୨୦/୧୧/୨୦୨୪ (ଓଡ଼ିଶା ସମାଚାର)- ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ଆୟୁସ୍ମାନ ଆରୋଗ୍ୟ ଶିବିର ଯୋଜନାରେ  ଆଜି ବୁଧବାର ସୁଜନପୁର ପିଏଚସି ଅଧିନ କାକୁଡିକୁଦ ଆୟୁସ୍ମାନ ଆରୋଗ୍ୟ ମନ୍ଦିର ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଅଛି ।

ଏହି ଶିବିର ରେ ଡାକ୍ତର ସଞ୍ଜୟ କୁମାର ଦାଶ ରୋଗୀ ମାନଙ୍କ ସ୍ୱାସ୍ଥ୍ୟ  ପରୀକ୍ଷା କରି ଔଷଧ ଦେବା ସହ ସନ୍ତୁଳିତ ଆହାର , ପ୍ରତିଦିନ ବ୍ୟାୟାମ କରିବା ଓ ବିଶୁଦ୍ଧ ପାଣି ପିଇବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଥିଲେ । ପରିବେଶ ସଫା ରଖିବା ଓ ଡାକ୍ତର ଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ କଲେ ଆମେ ନିଶ୍ଚିତ ଆରୋଗ୍ୟ ରହିବା ବୋଲି ଡାକ୍ତର ଦାଶ ଶିବିର କୁ ଆସିଥିବା ସମସ୍ତ ଙ୍କୁ ବୁଝାଇ କହିଥିଲେ । ଏହି କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରିଣୀ ପ୍ରିୟଦର୍ଶିନୀ ମନୀଷା ଦାସ ଙ୍କ  ସଂଯୋଜନାରେ ପଂଚାୟତର ସମସ୍ତ ଆଶା , ଅଙ୍ଗନବାଡି କର୍ମୀ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *