ତୈଳିକ ବୈଶ୍ୟ ସମାଜ ତରଫରୁ ମାଘ ପୂର୍ଣ୍ଣିମା ପାଳନ

ଭୁବନ ୦୧/୦୨/୨୦୨୬ (ଓଡ଼ିଶା ସମାଚାର)-ଭୁବନ ଏନ୍ ଏ ସି  ତୈଳିକ ବୈଶ୍ୟ ସମାଜ ତରଫରୁ ମାଘ ପୂର୍ଣ୍ଣିମା ଓ ବାଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ବିଦ୍ୟାଧର ସାହୁ ଙ୍କ ନେତୃତ୍ଵରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ପ୍ରାତଃ ସମୟରୁ ପ୍ରଭୁ କୃଷ୍ଣ ମୋହନ ଜିୟୁ ଙ୍କ ପୂଜାର୍ଚ୍ଚନା କରାଯାଇ ମଧ୍ୟାହ୍ନରେ ସମସ୍ତ ନିତିକାନ୍ତି ସମ୍ପନ୍ନ ହୋଇଥିଲା । କାମାକ୍ଷା ନଗର ବିଧାୟକ ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା ଓ ତେର ଥାନ ସଭାପତି ଶ୍ରୀଯୁକ୍ତ ନଟବର ସାହୁ ଠାକୁର କୃଷ୍ଣ ମୋହନ ଜୀୟୁ ଙ୍କୁ ଦର୍ଶନ କରିବା ସହ ନଡ଼ିଆ ଭାଙ୍ଗି ଯାତ୍ରା ଶୁଭାରମ୍ଭ କରିଥିଲେ ।

ଠାକୁର ଙ୍କୁ ଏକ ସୁସଜ୍ଜିତ ବିଭାନରେ ଲଉଡି ବାଡି ଖେଳ,ସଙ୍କୀର୍ତ୍ତନ ମଣ୍ଡଳୀ,ମ୍ୟୁଜିକ ଗ୍ରୁପ ଓ ବାଜା ବାଣରେ ସହର ପରିକ୍ରମା କରାଯାଇଥିଲା । ଉପ ସଭାପତି ହରିହର ସାହୁ, ସମ୍ପାଦକ ନୃସିଂହ ଚରଣ ସାହୁ, ସହ ସଂପାଦକ ସୁନାକର ସାହୁ, କୋଷାଧ୍ୟକ୍ଷ ପ୍ରକାଶ ପୃଷ୍ଟି ,ଉପଦେଷ୍ଟା ଦୁର୍ଯ୍ୟୋଧନ ସାହୁ ,ରବିନାରାୟଣ ସାହୁ, ଦୁର୍ଯ୍ୟୋଧନ ପୃଷ୍ଟି,କ୍ଷେତ୍ରବାସୀ ପୃଷ୍ଟି,ବନବିହାରୀ ପୃଷ୍ଟି,ଜଗବନ୍ଧୁ ପୃଷ୍ଟି  ସମୀକ୍ଷକ ସୁରେନ୍ଦ୍ର ପୃଷ୍ଟି,ହୃଷିକେଶ ସାହୁ ପ୍ରମୁଖ ଙ୍କ ସହଯୋଗରେ ମାଘ ପୂର୍ଣ୍ଣିମା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଯାତ୍ରାରେ ପ୍ରାୟ ୧ ହଜାର ରୁ ଉର୍ଦ୍ଧ ବ୍ୟକ୍ତି ସାମିଲ ହୋଇଥିଲେ । ଯୁବ ସଭାପତି ପ୍ରକାଶ ପୃଷ୍ଟି ,ସମ୍ପାଦକ ଦୀପକ ପୃଷ୍ଟି ଙ୍କ ସମେତ ସୁଦାମ ସାହୁ,ବଳରାମ ସାହୁ,ଜଗବନ୍ଧୁ ସାହୁ,କ୍ଷୀରୋଦ ସାହୁ,ପ୍ରମୋଦ ସାହୁ, କାଳନ୍ଦୀ ସାହୁ , ଆମ୍ବୁଜ ସାହୁ,ଦୀପକ ସାହୁ ଙ୍କ ତତ୍ତ୍ଵାବଧାନରେ ଯାତ୍ରା ସୁରୁଖୁରୁ ରେ ସମ୍ପନ୍ନ ହୋଇଥିଲା।

Leave a Reply

Your email address will not be published. Required fields are marked *