ପାନୀୟ ଜଳ ର ଅନିୟମିତତା କୁ ନେଇ ଦାବି ପତ୍ର ପ୍ରଦାନ

କଟକ,୧୨/୦୨/୨୦୨୪ (ଓଡ଼ିଶା ସମାଚାର/ ଦେବାଶିଷ ରଥ)-ଶିଖରପୁର କୋରପୋଖରି ନୂଆ ମାଲଗୋଦାମା ଅଂଚଳର ଯୁବକ ଓ ମୁରବି ଏକତ୍ର ହୋଇ ପିଇବା ପାଣିର ଅନିୟମିତତା କୁ ନେଇ ପାନୀୟ ଜଳ ଯୋଗାଣ ସଠିକ ରୂପେ ନ ହୋଇ ପାରିବା ,ପାଣି ପାଇପ ରେ ମଇଳା ପାଣି ଆସିବା.ୱାଟକୋ ଚବିସ ଘଣ୍ଟିଆ ସ୍ୱଛ ଜଳ ଆସିବା ପାଇଁ ବହୁ ଦିନରୁ ପାଣି ପାଇପ ଆଠ ଦଶ ଟି ପକାଇ ରାସ୍ତା କୁ ଖୋଳି ରଖିବା ଯୋଗୁ ଛୋଟ ବଡ ଦୁର୍ଘଟଣା ଘଟିବା ଓ ସ୍ୱଛ ପାଣି ନଦେଇ ପୁରୁଣା ପାଇପ ରେ ମିଟର ଲଗାଇ ଅଧାପନ୍ତରିଆ କାମ କରି ଚାଲି ଯିବାରୁ ଅଞ୍ଚଳ ବାସିନ୍ଦା ମାନେ ନାହିଁ ନଥିବା ଅସୁବିଧା ର ସମୁଖୀନ ହେଉଛନ୍ତି । ଏହି କଥା କୁ ନେଇ ସ୍ଥାନିୟ ବାସିନ୍ଦା ମାନେ ଏକ ଦାବିପତ୍ର ୱାଟକୋ ଜେନେରାଲ ମ୍ୟାନେଜରଙ୍କୁ ଦେଇଛନ୍ତି ଏବଂ ଆଗାମୀ ଦିନରେ ଚବିଶଘଣ୍ଟିଆ ସ୍ଵଛ ପିଇବା ପାଣି ଯୋଗାଣ ଏବଂ ରାସ୍ତା ର ମରାମତି କରା ନଗଲେ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବ ବୋଲି ଜଣାଇଛନ୍ତି । ଉକ୍ତ କାର୍ୟ୍ୟକ୍ରମ ରେ ଏ ଅଂଚଳ ର ବାସିନ୍ଦା ତଥା ମୁରବି ରଶ୍ମି ରଞ୍ଜନ ମିଶ୍ର, ଆଶିଷ କୁମାର ସ୍ୱାଇଁ, ଅଜୟ କୁମାର ଗୋଛାୟତ ବ୍ରହ୍ମହନନ୍ଦ ଗୋଛାୟତ, ମଳୟ କୁମାର ମୁଖାର୍ଜୀ, ନଳିନୀ ସାମନ୍ତରାୟ, ଲକ୍ଷ୍ମୀଧର ଗୋଛାୟତ, ଗୁରୁପ୍ରସାଦ ମହାନ୍ତି, ବିଭୁତି ସ୍ୱାଇଁ, ଗୌତମ ବୋଷ ଓ ଅନ୍ୟାନ ଅନେକ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *