୩୬ତମ ପିକକ୍ ଶିଶୁମେଳାର ତୃତୀୟ ଦିବସ ପିଲାମାନେ ରଙ୍ଗତୁଳୀରେ ଆଙ୍କିଲେ ସେମାନଙ୍କ ସ୍ବପ୍ନର ବିକଶିତ ଓଡିଶା

ଭୁବନେଶ୍ୱର,୧୬/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍) ପକ୍ଷରୁ ଏକାମ୍ର ହାଟରେ ଚାଲିଥିବା ସାତଦିନ ବ୍ୟାପୀ ୩୬ତମ ଶିଶୁମେଳାର ଆଜି ଥିଲା ତୃତୀୟ ଦିବସ ସକାଳୁ ଚଳଚଞ୍ଚଳ ହୋଇ ଉଠିଥିଲା ଏକାମ୍ର ହାଟର ପ୍ରାଙ୍ଗଣ କାରଣ ଆଜିଥିଲା ପିଲାମାନଙ୍କ ମଧ୍ୟରେଚିତ୍ରାଙ୍କନପ୍ରତିଯୋଗୀତା ରଙ୍ଗ ତୁଳିରେ ପିଲାମାନେ ସଜାଇଥିଲେମୋ ସ୍ବପ୍ନର ବିକଶିତ ଓଡିଶା

ସନ୍ଧ୍ୟାର ଆଗମନରେ ଏକାମ୍ର ହାଟର ମଞ୍ଚଟି ହେଉଥିଲା ଆଲୋକ ହସି ଖୁସିରେ ଭରୁଥିବା ଏକ ଛୋଟ ଦୁନିଆ। କାରଣ ଆରମ୍ଭ ହୋଇଥିଲା କୁନିକୁନି ଛୁଆ ମାନଙ୍କ ମଧ୍ୟରେବେବି ଅଫ ଦି ଇଅରଆବୃତିପ୍ରତିଯୋଗୀତା ଛୋଟ ପିଲାମାନେ ଆକୃତି ମାଧ୍ୟମରେ ସାମାଜିକ ଏବଂ ପରିବେଶଗତ ପ୍ରସଙ୍ଗରେ ସେମାନଙ୍କର ଅଭିବ୍ୟକ୍ତି ଏବଂ ଚିନ୍ତାଶୀଳ ବାର୍ତ୍ତା ଦେଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ କୁନିକୁନି ପିଲାମାନଙ୍କର ଏହି ପ୍ରତିଯୋଗୀତା କୁ ମନଭରି ଉପଭୋଗ କରିଥିଲେ ଦର୍ଶକ ମଣ୍ଡଳୀ ଏଥ‌ିରେ ମୁଖ୍ୟ ବିଚାରକ ଭାବେ ପ୍ରଖ୍ୟାତ ଚିତ୍ରଶିଳ୍ପୀ ବାଞ୍ଛାନିଧି ପଟ୍ଟନାୟକ, ସରୋଜିନୀ ମହାନ୍ତି ଦେବର୍ଜନା ଦ୍ବିବେଦୀ ଡଃ ପୁରଣିମା ପ୍ରଧାନ, ଡଃ ମିତାଲି ମହାନ୍ତି, ସୁମିତ୍ରା ତ୍ରିପାଠୀ, ମଧୁମିତା ଦାସ, ଉଷାରାଣୀ ବେହେରା, କମଲ ପ୍ରସାଦ ପତି ପ୍ରମୁଖ ମଧ୍ଯ ବିଚାରକ ଭାବେ ଯୋଗ ଦେଇଥିଲେ

ଆଜି ସନ୍ଧ୍ୟାର ଅତିଥି ମାନେ ଥିଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ମନସ୍ମିତା ଖୁଣ୍ଟିଆ, ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତି କରଣ ବିଭାଗର ଉପ ସଚିବ ସନ୍ୟାସୀ ବେହେରା, ଓଏଏସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲୀପ କୁମାର ହିଲାଲ, ୟୁନିସେଫର ଶିଶୁ ସୁରକ୍ଷା ପରାମର୍ଶଦାତା ଘାଷିରାମ ପଣ୍ଡା ଅତିଥି ମାନଙ୍କର ଉପସ୍ଥିତି ପିଲାମାନଙ୍କୁ ବହୁତ ଉତ୍ସାହିତ କରିଥିଲା ଅତିଥିମାନେ ପିକକ୍ ଏହି ଉଦ୍ୟମକୁ ବହୁ ପ୍ରସଂଶା କରିଥିଲେ ଓଡିଶୀ ନୃତ୍ୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଆଜି ପୁରସ୍କୃତ କରଯାଇଥିଲା ଆଜି ମଧ୍ୟ ପିଲାମାନଙ୍କ ସହିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମଶିଖିବା, ଭାବିବା, କହିବାପରିବର୍ତ୍ତନର ଆଧାର – Growing Mind, Sharing Voices – ପିଲାମାନଙ୍କର ସ୍ୱରଆୟୋଜିତ ହୋଇଥିଲା। ଶ୍ରବଣ କୁମାର ସାମଲ, ଜେସିକା ନାୟକ, ତାପସ କୁମାର ଶଢଙ୍ଗୀ, ଇଭାନଶୀ ମିଶ୍ର, ଶୁଭମ ନାୟକ, ସଂସ୍କୃତି ମହାନ୍ତି ମହାପାତ୍ର, ପ୍ରିୟାନ୍ଧୀ ସାହୁ ପ୍ରମୁଖ ପିଲାମାନେ ଏଥରେ ଭାଗନେଇ ସୁରକ୍ଷିତ ଶିଶୁ ଆନନ୍ଦମୟ ଶୈଶବ ଉପରେ ଆଲୋଚନା କରି ନିଜର ସୁଚିନ୍ତିତ ମତାମତ ପ୍ରକାଶ କରିଥିଲେ

ପିକକ୍ ସମ୍ପାଦକ ରଞ୍ଜନ କୁମାର ମହାନ୍ତି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ପିକକ୍ ରନ୍ ଦାଶ,ଜ୍ୟୋତିଶଙ୍କର ମହାନ୍ତି,ଉପମା ମହାନ୍ତି, ଶାନ୍ତିଲତା ସାହୁ,ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଆଜିର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶିଶୁ ଘୋଷିକା ଆରୁଷି ଅଦ୍ରିକା ହର୍ଷାଲି ଦୋରା।

 

୩୪ ତମ ପିକକ୍ ଶିଶୁମେଳା ଚତୁର୍ଥ ଦିବସ ତା ୧୭୧୧୨୦୨୫ରିଖ କାର୍ଯ୍ୟସୂଚୀ

ପିଲାଙ୍କ ଅକ୍ଷୟ” – ପିଲାମାନଙ୍କ ଦ୍ବାରା ଅକ୍ଷୟ ସଙ୍ଗୀତ ପରିବେଷଣସନ୍ଧ୍ୟା :୩୦ ଘଟିକା ସ୍ଥାନଏକାମ୍ର ହାଟ, ଆଫ୍ରିପ୍ଟର

Leave a Reply

Your email address will not be published. Required fields are marked *