ସାଇଜ୍ଞାନ ପ୍ଲେ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ

ଶିଶୁମାନଙ୍କ ମନରେ ସତ୍ୟ, ଅହିଂସା ଓ ଦେଶପ୍ରେମର ଭାବନା ସୃଷ୍ଟି ପାଇଁ ଆହ୍ୱାନ

ଜଗତସିଂହପୁର ୦୩/୧୦/୨୦୨୬(ଓଡ଼ିଶା ସମାଚାର)-  ସ୍ଥାନୀୟ ସାଇଜ୍ଞାନ ପ୍ଲେ ସ୍କୁଲ ପରିସରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇ ଯାଇଛି ।

ଏହି ଅବସରରେ ବିଦ୍ୟାଳୟର ଛୋଟ ଛୋଟ ଶିଶୁମାନେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶିକ୍ଷୟିତ୍ରୀମାନେ ଗାନ୍ଧିଜୀଙ୍କ ଜୀବନୀ, ସତ୍ୟ, ଅହିଂସା, ଶାନ୍ତି ଓ ସ୍ୱଚ୍ଛତାର ମହତ୍ତ୍ୱ ସମ୍ପର୍କରେ ଶିଶୁମାନଙ୍କୁ ସରଳ ଭାଷାରେ ବୁଝାଇଥିଲେ। ଏହା ସହିତ ଗାନ୍ଧିଜୀଙ୍କ ଆଦର୍ଶକୁ ନିଜ ଜୀବନରେ ପାଳନ କରିବା ପାଇଁ ପିଲାମାନଙ୍କୁ ପ୍ରେରଣା ଦିଆଯାଇଥିଲା।

ବିଦ୍ୟାଳୟର ଅଧ୍ୟକ୍ଷା ପ୍ରଜ୍ଞା ପାରମିତା ଚୌଧୁରୀ କହିଥିଲେ ଯେ, ପିଲାମାନଙ୍କ ମନରେ ଛୋଟ ବୟସରୁ ସତ୍ୟ, ଅହିଂସା, ଶୃଙ୍ଖଳା ଓ ଦେଶପ୍ରେମର ଭାବନା ଜାଗ୍ରତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏଭଳି କାର୍ଯ୍ୟକ୍ରମ ଶିଶୁମାନଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧର ବିକାଶ କରିବା ସହ ମହାପୁରୁଷମାନଙ୍କ ଜୀବନୀ ସମ୍ପର୍କରେ ଜ୍ଞାନ ବୃଦ୍ଧି କରିଥାଏ।

କାର୍ଯ୍ୟକ୍ରମଟି ଶିଶୁମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ସୃଷ୍ଟି କରିଥିଲା। ଶେଷରେ ଗାନ୍ଧିଜୀଙ୍କ ଆଦର୍ଶକୁ ଅନୁସରଣ କରି ଏକ ସୁନ୍ଦର, ଶାନ୍ତିପୂର୍ଣ୍ଣ ଓ ସ୍ୱଚ୍ଛ ସମାଜ ଗଠନ କରିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ।

ଶିକ୍ଷୟତ୍ରୀ ପ୍ରାଚୀ ପଟ୍ଟନାୟକ,ସୁଶ୍ରୀ ସଙ୍ଗୀତା,ଲିପ୍ସା ମହାନ୍ତି,ସୋନମ୍ ପ୍ରିୟଦର୍ଶିନୀ,ସୌଭାଗ୍ୟ ଲକ୍ଷ୍ମୀ ,ଶକ୍ତି ସ୍ଵରୂପା,ଶ୍ରୀଲେଖା,ଓ ସହାୟକା ସୁଜାତା ନନ୍ଦୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *