ଯୋରନ୍ଦା ମାଘ ମେଳାର ଦ୍ୱତୀୟ ଦିନ

ଶୂନ୍ୟବ୍ରହ୍ମଙ୍କ ଆରାଧନା କଲେ ସାଧୁ ଭକତ
ଢେଙ୍କାନାଳ, ୦୧/୦୨/୨୦୨୬ (ଓଡ଼ିଶା ସମାଚାର)- ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ରବିବାର ଦ୍ୱତୀୟ ଦିବସରେ ଦେଶ ପୁର୍ଣିମା ମହା ଆଡମ୍ବର ସାକାରରେ ପାଳିତ ହୋଇଛି । ଜଗତ ଭକତ ର ମଙ୍ଗଳ ପାଇଁ ଶୂନ୍ୟ

ମନ୍ଦିର ଚାରି ମୁଖସାଳାର ଦ୍ୱାର ଗୁଡିକ ରେ ଚାରୋଟି ଝାଡ଼ ଦୀପ ପ୍ରଜ୍ୱଳିତ ହୋଇଛି । ଏହି ଝାଡଦୀପରେ ସନ୍ୟାସୀ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ ମାନେ ଘୃତହୁତି ପ୍ରଦାନ କରିଥିଲେ । ଝାଡଦୀପ ପ୍ରଜ୍ୱଳନ ସମୟରେ ଗୁରୁବ୍ରହ୍ମା, ମହିମା ଅଲେଖ, ଅଲେଖ ନିରଞ୍ଜନ ଧ୍ୱନିରେ ପୀଠର ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା । ସେହିପରି ଶ୍ରଦ୍ଧାଳୁ ମାନେ ଶୂନ୍ୟ ବ୍ରହ୍ମଙ୍କ ଉଦେଶ୍ୟରେ ହରିବୋଲ ହୁଳହୁଳି ପକାଇ ଥିଲେ କ୍ଷଗାଦି ମନ୍ଦିର ର ପଶ୍ଚିମ ଦ୍ୱାରରେ ଅପରାହ୍ନ ୫.୫ ରେ ଝାଡଦୀପ ଲାଗିଥିଲା । ତାପରେ ମନ୍ଦିରର ଚତୁର୍ପାଶ୍ୱରେ ଥିବା ଧ୍ୱନି ମନ୍ଦିର, ଅଖଣ୍ଡ ଜ୍ୟୋତି ମନ୍ଦିର, ସମତେ ବିଭିନ୍ନ ଉପାସନା ପୀଠ, ମଠ ଓ ମନ୍ଦିରରେ ଝାଡବୃକ୍ଷରେ ଘୃତହୁତି ହୋଇଥିଲା କ୍ଷ ଗାଦି ମନ୍ଦିରରେ ରାତ୍ରିର ଶେଷ ପହର ରେ ସାଧୁମାନେ ପୂର୍ବଦିନ ଭଳି ନୀତିକାର୍ୟ୍ୟ କରି ଝାଡ଼ଦୀପରେ ଘୃତାହୂତି ଆରମ୍ଭ କରିଥିଲେ ।

ଯୋରନ୍ଦା ମେଳାରେ ଦ୍ୱତୀୟ ଦିନରେ ପ୍ରାୟ ଲକ୍ଷ୍ୟ।ଧିକ ଶ୍ରଦ୍ଧାଳୁ ସମାଗମ ହୋଇଛି । ଚଳିତ ବର୍ଷ ଯୋରନ୍ଦା ମହିମା ଗାଦୀରେ ପ୍ରଭୁ ପୁର୍ଣିମା ଉତ୍ସବ ତଥା ମାଘ ମେଳାକୁ ଯାକ ଜକମରେ ପାଳନ କରାଯାଇଛି । ଚଳିତ ବର୍ଷ ରାଜ୍ୟ ଓ ରାଜ୍ୟ ବାହାର ପଶ୍ଚିମବଙ୍ଗ, ଆସାମ, ବିହାର, ଆନ୍ଦ୍ରପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼ ପଡୋଶୀ ରାଷ୍ଟ୍ର ନେପାଳ ଏବଂ ଅନ୍ୟାନ ଦେଶ ରୁ ମଧ୍ୟ ଶ୍ରଦ୍ଧାଳୁ ମାନେ ଯୋରନ୍ଦା ମେଳା ବୁଲି ଦେଖୁଛନ୍ତି । ଏଥିସହିତ ମେଳା ରେ ବିଦେଶୀ ପର୍ଯ୍ୟଟକ ପରିଭ୍ରମଣ କରୁଥିବା ଦେଖିବାକୁ ମିଳିଛି । ସେମାନେ ଉପାସନା ପୀଠ,ମଠ ମନ୍ଦିର ବୁଲି ବେଶ ମଜା ଉଠଉଛନ୍ତି । ଶ୍ରଦ୍ଧାଳୁ ମାନେ ସେମାନଙ୍କ ସହ ସେଲ୍ଫି ଫଟ ଉଠଉଛନ୍ତି । ଗାଦି ମନ୍ଦିର ରେ ସୁନା,ରୁପାର ଅଳଙ୍କାର ଅଢେଣୀ,ତରାଶ, ମକରତ୍ରୋଣ ଆଦିକୁ ଶ୍ରଦ୍ଧାଳୁ ମାନେ ଦର୍ଶନ କରୁଛନ୍ତି । ସେହିପରି ମେଳାରେ ବିଭିନ୍ନ ମନୋହରୀ ଜିନିଷ କୃଷି ଉପକରଣ, ଘର ସଜାସଜି ସାମଗ୍ରୀକୁ ଶ୍ରଦ୍ଧାଳୁ ମାନେ କିଣି ଘରକୁ ନେଉଥିବା ଦେଖିବାକୁ ମିଳୁଛି । ଚାଟ,ଗୁପଚୁପ,ଦହିବରା, ଫାଷ୍ଟ ଫୁଡ଼, ଠୁଙ୍କା ପୁରୀ, ଆଦିର ଖାଦ୍ୟ ପସରା ମେଲିଛି । ରାତ୍ରୀ ରେ ଅପେରା ପାଟିରେ ଲୋକ ନାହିଁ ନଥିବା ଭିଡ଼ ପାରିଲିକ୍ଷିତ ହେଉଛି । ନିକଟସ୍ଥ କ୍ରିକେଟ ପଡିଆରେ ଯାତ୍ରା ପାଟି ନାଟକ ପରିବେଷଣ କରୁଛି । ପ୍ରତିବର୍ଷ ପରି ଚଳିତ ବର୍ଷ ଗାଦୀ ମନ୍ଦିର ନିକଟରେ ଧର୍ମ ମହାସଭା ଅନୁଷ୍ଟିତ ହୋଇଛି ।

Leave a Reply

Your email address will not be published. Required fields are marked *