ପ୍ରକାଶ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ,ଵାରଦା ଟିମ୍ ଚମ୍ପିୟାନ 

କଟକ ସଦର ,୦୧/୦୨/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଦିଘି ନିମେଇଶାପୁର ଖେଳ ପଡିଆ ଠାରେ ଆଜି ରବିବାର ଦିନ ବାପୁଜୀ କ୍ଲବ ଆନୁକୁଲ୍ୟରେ ୩ୟ ଏକ ଦିବସୀୟ ପ୍ରକାଶ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୮ ଗୋଟି ଟିମ୍ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ରେ ୧/୦ ଗୋଲରେ ଆୟତପୁର ଶାସନ ଟିମ୍ କୁ  ହରାଇ ଵାରଦା ଟିମ୍ ଚମ୍ପିୟାନ ହୋଇଥିବା ଜଣାପଡିଛି।

ଏହି ଅବସରରେ ବାପୁଜୀ କ୍ଲବ ର ସଭାପତି ପ୍ରଶାନ୍ତ ଦାସ (ତପୁ) ଙ୍କ ପୈ।ରୋହିତ୍ୟରେ ଆୟୋଜିତ ପୁରସ୍କାର ବିତରଣ ସଭାରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ସ୍ଥାନୀୟ ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ରାଉତରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଜେତା ଟିମ୍ କୁ ଟ୍ରଫି ସହ ୨୦ ହଜାର ଟଙ୍କା ଓ ଉପ ବିଜେତା ଟିମ୍ କୁ ଟ୍ରଫି ସହ ୧୫ ହଜାର ଟଙ୍କା ପ୍ରଦାନ କରିଥିଲେ। ପରିଚାଳନାରେ କ୍ଲଵର ସଂପାଦକ ମନୋରଞ୍ଜନ ଦାସ, ସୈ।ମ୍ୟରଞ୍ଜନ ମହାନ୍ତି,ତପନ କୁମାର ମହାନ୍ତି, ଚନ୍ଦ୍ର ଶେଖର ମହାନ୍ତି ପ୍ରମୁଖ ସହାୟତା କରିଥିବା ବେଳେ ଧାରା ବିବରଣୀ ପ୍ରଦାନ କରିଥିଲେ ସୟଦ୍ ଆଜାଦ୍ ରାଜି।

Leave a Reply

Your email address will not be published. Required fields are marked *