କଟକ ସଦର,୦୧/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଗତିରାଉତ ପାଟଣା ଠାରେ ଅବସ୍ଥିତ ପ୍ରସିଦ୍ଧ ମା’ ହସ୍ତୀ ବାହିନୀ ଙ୍କର ୫ ଦିନିଆ ୫୭ ତମ ବିଶ୍ୱ କଲ୍ୟାଣ ଯଜ୍ଞ ମହୋତ୍ସବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇ ଆଜି ରବିବାର ମାଘ ପୂର୍ଣ୍ଣିମା ରେ ଉଦଯାପିତ ହୋଇଛି। ଏଥିରେ ପ୍ରତ୍ୟେକ ଦିନ ବହୁ ଶ୍ରଦ୍ଧାଳୁ ମା’ ଙ୍କୁ ଦର୍ଶନ କରି ଆଶିର୍ଵାଦ ଭିକ୍ଷା କରିଥିଲେ ।
ପୂର୍ଣ୍ଣାହୁତି ଦିବସରେ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଥିଲା। ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିଚାଳନାରେ ଦେବୋତ୍ତର ଆୟୁକ୍ତଙ୍କ ଦ୍ୱାରା ଗଠିତ ଟ୍ରଷ୍ଟ ବୋର୍ଡ ପରିଚାଳନା ଟ୍ରଷ୍ଟି ବିଶ୍ୱଜିତ୍ ସ୍ୱାଇଁ, ସଭ୍ୟ କୁଞ୍ଜବିହାରୀ ଜେନା, ପ୍ରମୋଦ ଦଳାଇ, ମନୋରଞ୍ଜନ ପ୍ରଧାନ,ଶିଵ ପ୍ରସାଦ ପ୍ରଧାନ, ସନ୍ତୋଷ ଜେନା,କାଳିଆ ସିଂହ, ଯୋଗେନ୍ଦ୍ର ରଥ,ଅନାମ ଚରଣ ପଣ୍ଡା,ପୂର୍ବତନ ସରପଂଚ ଲକ୍ଷ୍ମୀ ପ୍ରିୟା ସ୍ୱାଇଁ ପ୍ରମୁଖ ଗ୍ରାମବାସୀ ମାନଙ୍କ ସହିତ ସହାୟତା କରିଥିଲେ। ଏହି ଅବସରରେ କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।
