ଯୁବସମାଜସେବୀଙ୍କ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା,୦୧/୦୨/୨୦୨୬(ଓଡ଼ିଶା ସମାଚାର)-ଲକ୍ଷ୍ମୀନାରାୟଣ ଯୁବକ ସଂଘ ଆନୁକୂଲ୍ୟରେ ଯୁବସମାଜସେବୀ ଅନିଲ କୁମାର ଧଳ(ଧନି)ଙ୍କ ଏକାଦଶାହ ଅବସରରେ ତାଙ୍କ ତରଡିପାଳସ୍ଥିତ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାଧ୍ୟାପକ ନିର୍ମଳ ଚନ୍ଦ୍ର ବିଶ୍ୱାଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ପ୍ରଥମେ ସ୍ୱର୍ଗତ ଧଳଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଜ୍ଞାପନ କରାଯାଇଥିଲା । ସଭାରେ ଉପସ୍ଥିତ ବୁଦ୍ଧିଜିବୀମାନେ ଦିବଂଗତ ଧଳଙ୍କ ଅକାଳ ବିୟୋଗ ସମଗ୍ର ଧୋୟା ଅଂଚଳର ଅପୁରଣୀୟ କ୍ଷତି ବୋଲି ଅବିହିତ କରିଥିଲେ ।

ପ୍ରାରମ୍ଭରେ ସ୍ୱର୍ଗତ ଧଳଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ବିଶିଷ୍ଟ ଶିକ୍ଷାବିତ ରାଜକୁମାର ବିଶ୍ୱାଳଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ତରଡିପାଳ ପଂଚାୟତର ସରପଂଚ ଦେବବ୍ରତ ନାୟକ, ସମିତିସଭ୍ୟ ନିରଞ୍ଜନ ବାରିକ, ଜିଲା ପରିଷଦ ସଭ୍ୟା ପ୍ରିୟଦର୍ଶିନୀ ତରାଇ, ପ୍ରାକ୍ତନ ଜିଲା ପରିଷଦ ସଭ୍ୟ ନାରଦ ଚନ୍ଦ୍ର ବିଶ୍ୱାଳ, ପ୍ରାକ୍ତନ ସମିତିସଭ୍ୟ ଅଶୋକ କୁମାର ନାଥଶର୍ମା, ନାରାୟଣ ଚନ୍ଦ୍ର ବିଶ୍ୱାଳ, କାର୍ତିକ ଚନ୍ଦ୍ର ରାଉତ, ପ୍ରେମାନନ୍ଦ ସୂତାର, ବୈକୁଣ୍ଠନାଥ ବିଶ୍ୱାଳ, ଦିଲ୍ଲିପ ବିଶ୍ୱାଳ ପ୍ରମୁଖ ଦିବଂଗତ ଆତ୍ମାର ସ୍ମୃତିଚାରଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପରିଶେଷରେ ସମାଜସେବୀ ଗୋବର୍ଦ୍ଧନ ଧଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *