ସାଲେପୁର, ୦୮/୧୨/୨୦୨୪ (ଓଡିଶା ସମାଚାର /ଅଭୟ ଜେନା)- କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ଓଡ଼ାସିଂହ ର କଟିକଟା ବଜାର ନିକଟରେ ଥିବା ଏକ ଶିବ ମନ୍ଦିରରୁ ତାଲା ଭାଙ୍ଗି ଚୋରି କରିବାକୁ ଉଦ୍ୟମ କଲାବେଳେ ଲୋକ ଉଠି ଯିବାରୁ ବାଇକ୍ ଓ ବ୍ୟାଗ୍ ଛାଡ଼ି ଚୋର ଚମ୍ପଟ୍ ମାରିବା ଘଟଣା ଚର୍ଚ୍ଚା ର ବିଷୟ ହୋଇଛି । ମିଳିଥିବା ବ୍ୟାଗ୍ ଭିତରୁ ଅନ୍ୟ ମନ୍ଦିରର ଚୋରି ସାମଗ୍ରୀ ରହିଥିଲା । ଜପକୁଦ ଫାଣ୍ଡି ପୋଲିସ ପହଁଞ୍ଚି ଦୁଇଟି ରୁପା କଠଉ ସହ ଅଳଙ୍କାର ଓ ଦୁଇଟି ତାଲା କଟା କଟର କୁ ଜବତ କରିଛି । ଜପକୁଦ ପୋଲିସ ବାଇକ୍ ସହ ଉକ୍ତ ସାମଗ୍ରୀ କୁ ଜବତ କରି ତଦନ୍ତ ଚଳାଇଛି । ତେବେ ଗତ ଦୁଇ ଦିନ ଭିତରେ ପଞ୍ଚ ରୁ ଉର୍ଦ୍ଧ ସ୍ଥାନରେ ଥିବା ବିଭିନ୍ନ ମନ୍ଦିରରୁ ଏଭଳି ସିରିଜ୍ ଚୋରି ହେଉଥିବା ଥାନାରେ ଅଭିଯୋଗ ହୋଇଛି ।