ଦେବେନ୍ଦ୍ର ଶର୍ମାଙ୍କୁ କେନ୍ଦ୍ରାପଡାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା,୨୨/୦୩/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ପାର୍ଥିବ ଶରୀର ପହଂଚିବା ପରେ କଂଗ୍ରେସ, ବିଜେଡି, ବିଜେପି, ଅନ୍ୟାନ୍ୟ ଦଳ ଓ ସଂଗଠନ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଶନିବାର ଅପରାହ୍ନରେ କେନ୍ଦ୍ରାପଡାସ୍ଥିତ ଜିଲା କଂଗ୍ରେସ ଭବନରେ ତାଙ୍କ ପାର୍ଥôବ ଶରୀର ପହଂଚିବା ପରେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ବିଭିନ୍ନ ଦଳ ଓ ସଂଗଠନର ନେତ୍ରୁବୃନ୍ଦ ମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ କୁମାର ମହାନ୍ତି, ଜିଲା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ ଦାସ, ସଞ୍ଜୟ ରାଉତ, ସିପି.ଆଇ. ଏମ ସମ୍ପାଦକ ଗୟାଧର ଧଳ, ସି.ପି.ଆଇ. ସାଧାରଣ ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଶିକ୍ଷାବିତ ଅଜୟ ସାମଲ , ଜିଲା କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ପୂର୍ବତନ ନଗର ପାଳ ମହମ୍ମଦ ଆକବର ଅଲ୍ଲୀ, ନିରଞ୍ଜନ ରାଉତ, ସନ୍ତୋଷ ବେହେରା, ହରିଶ ପଟ୍ଟନାୟକ, ସି ପି ଆଇ ନେତା ଆଦିକନ୍ଦ ରାଉଳ, ଜଗତଜୀବନ ଦାଶ, ଯୁବ କଂଗ୍ରେସର ଉମେଶ ପାଢ଼ୀ, ଶୁଭାଶିଷ ସେନାପତି, ବସନ୍ତ କୁମାର ସେଠୀ, ଆଇ. ଏନ. ଟି.ୟୁସି .ର ଯୁବ ସଭାପତି ରଶ୍ମି ରଞ୍ଜନ ଚୌଧୁରୀ, ଶେଖ୍ ଆନସ, ସେଖ କାଲା, ଆଶିଷ କୁମାର ଲେଙ୍କା ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏହା ପରେ ଗରାପୁର ସ୍ଥିତ କୋଠିଛକରେ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ସ୍ମୃତି ରଂଜନ ପ୍ରଧାନ ଓ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହାପରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରାଙ୍କ ବାସଭବନ ନିକଟରେ ବିଧାୟକ ଶ୍ରୀ ବେହେରାଙ୍କ ସମେତ ରଞ୍ଜିତ କୁମାର ସାହୁ, ପୌର ଉପାଧ୍ୟକ୍ଷା ଆକବରୀ ଖାତୁନ୍, ପୂର୍ବତନ ବିଧାୟକ ଅଲେଖ କୁମାର ଜେନା, ରାଜେଶ ପଣ୍ଡା, କାଳୀପ୍ରସାଦ ମିଶ୍ର, ଧିରେନ୍ ସାହୁ, ଉମେଶ ନାୟକ, ରମେଶ ଦାସ, ରାଜେଶ ମହାନ୍ତି, ଯଯାତି କେଶରୀ ମହନ୍ତି,ମୁକ୍ତାର ଖାଁ, ହିବଜୁର ରହେମାନ, ପ୍ରଦୀପ ନାୟକ,ଆଇନଜୀବୀ ନଇମ୍, ସୌମେନ୍ଦ୍ର ପୃଷ୍ଟି, କମଳାକାନ୍ତ ବେହେରା, ମୀର ମୁସିଦ୍, ରତିକାନ୍ତ ସାମଲ, ସମ୍ବିତ୍ ଶ୍ରୀଚନ୍ଦନ ପ୍ରମୁଖ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଏହାପରେ ତାଙ୍କ ମରଶରୀର ଆଳିରେ ପହଂଚିବା ପରେ ବିଧାୟକ ଗଣେଶ୍ୱର ବେହେରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତାଙ୍କ ପାର୍ଥôବ ଶରୀରକୁ ସମ୍ମାନ ଜଣାଇ କେନ୍ଦ୍ରାପଡ଼ାରୁ ଆଳି ପର୍ଯ୍ୟନ୍ତ ଭାବ ବିହୋଳ ହୋଇଯାଇଥିଲେ ଶୁଭେଛୁ । ଦେବ ଭାଈ ଅମର ରହେ ସ୍ଲୋଗାନରେ ସାରା ଅଂଚଳ ପ୍ରକମ୍ପିତ ହୋଇ ଉଠିଥିଲା ।

Leave a Reply

Your email address will not be published. Required fields are marked *