” ହିନ୍ଦୁ ମାନେ ଗୋଟିଏ ହାତରେ ଶାସ୍ତ୍ର ଓ ଅନ୍ୟ ହାତରେ ଶସ୍ତ୍ର ଧରିବାକୁ ହେବ”
” ଧର୍ମ ଆଗ,ଜାତି ପଛ”
ଭୁବନ ୩୧/୦୧/୨୦୨୬ (ଓଡ଼ିଶା ସମାଚାର)- ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଶତାବ୍ଦୀ ବର୍ଷ ପୂର୍ତ୍ତି ଅବସରରେ ଭୁବନର ଆରାଧ୍ୟ ଦେବତା ବାବା ବୁଦ୍ଧେଶ୍ୱର ମନ୍ଦିର ପରିସରରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଖଣ୍ଡ ବ୍ୟବସ୍ଥା ପ୍ରମୁଖ ଜଗବନ୍ଧୁ ବିହାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପ୍ରଜାପତି ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଦ୍ୟାଳୟ ଭୁବନ ଶାଖା ମୁଖ୍ୟ ବ୍ରହ୍ମା କୁମାରୀ ବିଜୟା, ମୁଖ୍ୟବକ୍ତା ଭାବେ ବିଶ୍ଵହିନ୍ଦୁ ପରିଷଦର ପୂର୍ବପ୍ରାନ୍ତ ସମ୍ପାଦକ ତଥା ପୁରୀ ଶ୍ରୀ ମନ୍ଦିର ପରିଚାଳନା କମିଟି ସଦସ୍ୟ ପଣ୍ଡିତ ମହେଶ ସାହୁ ଯୋଗଦେଇ ଧର୍ମ ଆଗ , ଜାତି ପଛ । ହିନ୍ଦୁ ମାନେ ଜାତି ପ୍ରଥା ଛାଡ଼ି ଏକଜୁଟ ହୋଇ କିପରି ଭାରତ ବର୍ଷକୁ ବିଶ୍ଵଗୁରୁ ଭାବେ ଗଢି ତୋଳିବେ ସେ ସଂପର୍କରେ ନିଜର ବିଚାର ରଖିଥିଲେ ।
ବର୍ତମାନ ହିନ୍ଦୁ ମାନେ ଅନ୍ୟକୁ ମାରିବା ପାଇଁ ନୁହେଁ ,ନିଜକୁ ବଞ୍ଚାଇବା ପାଇଁ ଗୋଟିଏ ହାତରେ ଶାସ୍ତ୍ର ଓ ଆଉ ଗୋଟିଏ ହାତରେ ଶସ୍ତ୍ର ଧରିବାକୁ ହେବ କାରଣ ହିନ୍ଦୁ ସମାଜ ଉପରେ ଅତ୍ୟାଚାର ସମୟ ପାଖେଇ ଆସିଲାଣି ବୋଲି ମତବ୍ୟକ୍ତ କରିଥିଲେ।ସମ୍ମାନିତ ବକ୍ତା ଭାବେ ପୁରୀ ଗୋବର୍ଦ୍ଧନ ପୀଠର ଆଦିତ୍ୟ ବାହିନୀ ଅଧ୍ୟକ୍ଷ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ଯୋଗଦେଇ ସନାତନ ଧର୍ମ ସମ୍ପର୍କରେ ଆଲୋକପାତ କରିଥିଲେ।
ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସଂଯୋଜକ ଦେବବ୍ରତ ପୃଷ୍ଟି,କାର୍ଯ୍ୟକ୍ରମ ସଂଯୋଜକ ହୃଦାନନ୍ଦ ବେହେରା,ସହ ସଂଯୋଜକ ରାମଚନ୍ଦ୍ର ରାଉତ,ନିରଞ୍ଜନ ଗୁରୁ,ଖଣ୍ଡ ସଂଘ ଚାଳକ ପ୍ରଭାତ କୁମାର ପଟ୍ଟନାୟକ ଓ ବିଭିନ୍ନ ଧାର୍ମିକ ଅନୁଷ୍ଠାନର ସାଧୁସନ୍ଥ ମାନେ ଯୋଗ ଦେଇ ହିନ୍ଦୁ ସମାଜ କିପରି ସଂଗଠିତ ହୋଇପାରିବେ ସେ ସମ୍ପର୍କରେ ନିଜ ନିଜର ମତ ପ୍ରକାଶ କରିଥଲେ । ସକାଳ ୮ ଘଟିକା ସମୟରେ ରାମ ମନ୍ଦିର ଠାରୁ ଏକ କଳସ ଶୋଭାଯାତ୍ରା ଆରମ୍ଭ ହୋଇ ବୁଦ୍ଧେଶ୍ୱର ମନ୍ଦିରରେ ଶେଷ ହୋଇଥିଲା ଓ ଆର୍ଯ୍ୟ ସମାଜ ତରଫରୁ ମଳୟ ତ୍ରିପାଠୀ ଙ୍କ ଦ୍ଵାରା ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସଭାରେ ଭୁବନ ରୁ ପ୍ରାୟ ୧ ହଜାର ରୁ ଅଧିକ ହିନ୍ଦୁ ଯୋଗ ଦେଇଥିଲେ ।
