କଟକ ସଦର,୨୩/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା ତଥା ଆଠଗଡ଼ ଉପଖଣ୍ଡରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ଙ୍କ ପୀଠରେ ଆସନ୍ତା ନଭେମ୍ବର ୩ ତାରିଖ ରେ ପବିତ୍ର ବଡ଼ଓଷା ଅନୁଷ୍ଠିତ ହେବ ବୋଲି ପ୍ରାକ୍ ପ୍ରସ୍ତୁତି ରୁ ଜଣାପଡିଛି।
ସେହିପରି ଅକ୍ଟୋବର ୮ ରୁ ନଭେମ୍ବର ୫ ପର୍ଯ୍ୟନ୍ତ ପୀଠରେ କାର୍ତ୍ତିକ ବ୍ରତ ପାଳନ କରାଯିଵା ସହିତ ନଭେମ୍ବର ୧ ରୁ ୫ ପର୍ଯ୍ୟନ୍ତ ପଞ୍ଚକ ବ୍ରତ ପାଳନ ହେବ। ସେହିପରି ନଭେମ୍ବର ୩ ସୋମବାର ଦିନ ପବିତ୍ର ବଡ଼ଓଷା ଅନୁଷ୍ଠିତ ହେଵା ସହିତ ତା ପରଦିନ ଅର୍ଥାତ ନଭେମ୍ବର ୪ ତାରିଖ ମଙ୍ଗଳବାର ସକାଳେ ଠାକୁର ଙ୍କ ଗଜଭୋଗ ବିତରଣ କରାଯିବ। ନଭେମ୍ବର ୫ ବୁଧବାର କାର୍ତ୍ତିକ ପୂର୍ଣ୍ଣିମାରେ ରେ କାର୍ତ୍ତିକ ବ୍ରତ ଉଦଯାପନ ସହିତ ଡଙ୍ଗାଭସା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି।
