କିଶନନଗର ଚିନ୍ତାମଣି ବିଦ୍ୟାପୀଠ ୨୦୦୨ ବ୍ୟାଚର ନିଆରା ବନ୍ଧୁମିଳନ

କଟକ ସଦର, ୦୭/୦୧/୨୦୨ ୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ସରକାରୀ ଚିନ୍ତାମଣି ବିଦ୍ୟାପୀଠ ୨୦୦୨ ମାଟ୍ରିକ ବ୍ୟାଚର ଶିକ୍ଷାର୍ଥୀମାନେ ଏକ ନିଆରା ଢଙ୍ଗରେ ବନ୍ଧୁମିଳନ ଉତ୍ସବ ଵୋଇଲୋ ସ୍ୱପ୍ନେଶ୍ୱର ଵାଳାଶ୍ରମ ଓ ଈଶାଣିଵ୍ରହ୍ମପୁର ଆସ୍ରା ଜରାଆଶ୍ରମରେ ପାଳନ କରି ଏକ ପରମ୍ପରା ସୃଷ୍ଟି କରିଥିବା ଜଣାପଡିଛି। ଏହି ଅବସରରେ ଶିକ୍ଷାର୍ଥୀ ମାନେ କୈ।ଣସି ବଣଭୋଜି ନକରି ଆଜି ରବିବାର ଦିନ ଵାଳାଶ୍ରମ ଓ ଜରାଶ୍ରମ ର ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ, ଫଳ ବଣ୍ଟନ କରିଥିଲେ। ଏଥିରେ ସାଵିର ମହମ୍ମଦ,ଦୀପକ ମଣ୍ଡଲ, ଶିଶିର ସାହୁ, କାଳିନ୍ଦୀ ସାମଲ,ମାନସ ସାମଲ,ଵିମଲ ଚାଟାର୍ଜୀ,ସପନ ନନ୍ଦୀ, ଜନ୍ମେଜୟ ମହାରଣା,ସରୋଜ ସାହୁ ପ୍ରମୁଖ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *