କଟକ ସଦର, ୩୧/୦୧/୨୦୨୬ /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ସାମନ୍ତରାପୁର ଠାରେ ଥିବା ଅଗ୍ରଣୀ ଇଂରାଜୀ ମାଧ୍ୟମ ଉଇସଡମ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ‘ତରଙ୍ଗ’ ଆଜି ଶନିବାର ସଂଧ୍ୟାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ନିର୍ଦେଶକ ବିବେକାନନ୍ଦ ଭୁୟାଁ ଙ୍କ ତତ୍ତ୍ୱାବଧାନରେ ଏଵଂ ପରିଚାଳନା ନିର୍ଦ୍ଦେଶକ ପ୍ରିତମ ଚୈ।ଧୁରୀ ଙ୍କ ପରିଚାଳନାରେ ଆୟୋଜିତ ସଭାରେ ବାଲିକୁଦା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଗୀତିକାର ସଙ୍ଗୀତକାର କଣ୍ଠଶିଳ୍ପୀ ଦେବେନ୍ଦ୍ରନାଥ ଵାରିକ ସଭାପତିତ୍ବ କରିଥିଲେ।

ଏଥିରେ ଅତିଥି ଭାବେ କିଶନନଗର କଲେଜର ଅଧ୍ୟକ୍ଷ ସଂଜୀବ କୁମାର ପଟ୍ଟନାୟକ ଓ କିଶନନଗର ତହସିଲ ର ଅତିରିକ୍ତ ତହସିଲଦାର ଜ୍ୟୋତି ରଞ୍ଜନ ବେହେରା ଯୋଗ ଦେଇ ଶିକ୍ଷା ଶିକ୍ଷକ ଓ ଶିକ୍ଷାୟତନ ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ସ୍ୱାଗତ ଅଭିଭାଷଣ ରଖିଥିଲେ ଶିକ୍ଷାବିତ ପ୍ରଦୀପ୍ତ କୁମାର ଆଚାର୍ଯ୍ୟ। ଅତିଥି ମାନଙ୍କ ପରିଚୟ ଜ୍ୟୋତି ପ୍ରଜ୍ଞା ଦାଶ ଦେଇଥିବା ବେଳେ ଗୀତାଞ୍ଜଳି ନାୟକ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ।
କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଶେଷରେ ଦିଲ୍ଲିପ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପିଲାମାନଙ୍କ ଦ୍ୱାରା ପରିବେଷଣ ହୋଇଥିବା ରଙ୍ଗାରଙ୍ଗ ତରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଉପଭୋଗ୍ୟ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସ୍କୁଲର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଙ୍କ ସମେତ କର୍ମଚାରୀ ମାନେ ସହାୟତା କରିଥିଲେ।
