ଲାଞ୍ଚ ମାମଲା: ଆର୍ ଆଇ ଙ୍କୁ ୪ ବର୍ଷ ଜେଲ୍

କଟକ ସଦର, ୩୦/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ତହସିଲ ଅନ୍ତର୍ଗତ ସମିତଙ୍ଗା ସର୍କଲର ରାଜସ୍ୱ ନିରୀକ୍ଷକ( ଆର୍ ଆଇ) ପ୍ରଶାନ୍ତ କୁମାର ନାୟକଙ୍କୁ କଟକ ଭିଜିଲାନ୍ସ କୋର୍ଟ ୪ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେବାବେଳେ ଭିଜିଲାନସ୍ ତାଙ୍କୁ ଧରିଥିଲା। ତଦନ୍ତ ପରେ ଭିଜିଲାନ୍ସ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ଏହି ମାମଲାର ଶୁଣାଣି କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହୋଇଥିବା ବେଳେ ଅଦାଲତ ବିଭିନ୍ନ ସାକ୍ଷୀ ଏଵଂ ପ୍ରମାଣକୁ ଆଧାର କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ ଓ ଜରିମାନା ଦଣ୍ଡାଦେଶ କରିଛନ୍ତି।

ଏଥିସହିତ ତାଙ୍କୁ ଚାକିରୀରୁ ବହିଷ୍କାର ପାଇଁ ଭିଜିଲାନ୍ସ ବିଭାଗୀୟ କର୍ତୃପକ୍ଷ ଙ୍କୁ ଚିଠି ଲେଖିଥିବା ଜଣାପଡିଛି। ଅଭିଯୁକ୍ତ ପ୍ରଶାନ୍ତ ନାୟକ ଏବେ ସାଲେପୁର ସର୍କଲରେ ଆର୍ ଆଇ ଭାବେ କାର୍ଯ୍ୟ କରୁଛନ୍ତି। ସୂଚନାଯୋଗ୍ୟ ଯେ କିଶନନଗର ତହସିଲରେ କାର୍ଯ୍ୟରତ ଥିବା ଅନ୍ୟଜଣେ ଆର୍ ଆଇ ଲାଞ୍ଚ ନେବାବେଳେ ଭିଜିଲାନ୍ସ ପକ୍ଷରୁ ଧରା ପଡି଼ଥିଲାବେଳେ ତାଙ୍କ ନାଁରେ ମାମଲା ଚାଲୁ ରହିଥିବା ଜଣାପଡିଛି। ସେହିପରି ଟଙ୍କା ଲୋଭ ପାଖରେ ଅଭ୍ୟାସ ଗତ ଦୁର୍ନୀତିଖୋର ମାନଙ୍କ ଦୁର୍ନୀତି ନିବାରଣ ଶପଥପାଠ ତୁଚ୍ଛ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

 

Leave a Reply

Your email address will not be published. Required fields are marked *